ଫୋନପେ ବ୍ୟବହାରକାରୀଙ୍କ ପାଇଁ ଏକ ଜରୁରୀ ସୁଚନା

Spread the love

ନୂଆଦିଲ୍ଲୀ,୨୨/୦୮ (ସନ୍ଧାନ ନିଉଜ) : ପେଟିଏମ, ଫୋନପେ ଭଳି ପେମେଣ୍ଟ ଓ୍ଵାଲେଟର ବ୍ୟବହାର କରୁଥିବା ଗ୍ରାହକ ଯଦି କେଓ୍ଵାସି ପୂରା କରିନାହାନ୍ତି ତେବେ ଆସନ୍ତା ମାସରେ ତାଙ୍କର ଓ୍ଵାଲେଟ କାମ କରିବା ବନ୍ଦ କରିଦେବ। ରିଜର୍ଭ ବ୍ୟାଙ୍କ୍‌ ତରଫରୁ ପେମେଣ୍ଟ ଓ୍ଵାଲେଟ୍‌ କମ୍ପାନୀକୁ ଦିଆଯାଇଥିବା ସମୟସୀମା ୩୧ ଅଗଷ୍ଟରେ ସମାପ୍ତ ହୋଇଯିବ।

ଆରବିଆଇ ଓ୍ଵାଲେଟ କମ୍ପାନୀ ନିୟମରେ ପରିବର୍ତ୍ତନ କରିଛନ୍ତି। ନୂଆ ମାନକ ଅନୁଯାୟୀ ଗ୍ରାହକଙ୍କୁ ପାନ କାର୍ଡ, ଆଧାର ନମ୍ବର ଭଳି କାଗଜପତ୍ର ଅପଲୋଡ କରିବାକୁ ପଡିବ ଏବଂ ଏହାପରେ ସମ୍ବଦ୍ଧୀତ କମ୍ପାନୀର ଏଜେଣ୍ଟକୁ ଯାଇ ସତ୍ୟାପିତ ମଧ୍ୟ କରିବାକୁ ହୋଇଥାଏ।

ଓ୍ଵାଲେଟ କମ୍ପାନୀର କହିବା କଥା ଯେ ଭୌତିକ ସତ୍ୟାପନ ଦ୍ୱାରା ତାଙ୍କର ଖର୍ଚ୍ଚ ବହୁତ ବଢ଼ିଯାଇଛି। ପେଟିଏମ ଏବଂ ଅନ୍ୟ ଓ୍ଵାଲେଟ କମ୍ପାନୀ ଆରବିଆଇକୁ ଭିଡିଓ କେଓ୍ଵାସୀ କରାଇବାର ବିକଳ୍ପ ଦେବା ପାଇଁ ଅନୁରୋଧ ମଧ୍ୟ କରିଥିଲେ। କିନ୍ତୁ ଏବେ ଏହାକୁ ନେଇ କୌଣସି ନିଷ୍ପତ୍ତି କରାଯାଇନାହିଁ।

ଦେଶରେ ଏବେ ପେମେଣ୍ଟ ଓ୍ଵାଲେଟ୍‌ ଲୋକପ୍ରିୟ ରହିଛି। ଏଥିରେ ଜଡିତ ଗ୍ରାହକଙ୍କ ମୋଟ୍‌ ସଂଖ୍ୟା ୫୦ କୋଟିରୁ ଅଧିକ। କେବଳ ପେଟିଏମ ପାଖରେ ଏବେ ରହିଛନ୍ତି ୩୫ କୋଟି ଗ୍ରାହକ। ଏହାଛଡା ଗୁଗଲ-ପେ, ଫୋନପେ, ମୋବିକ୍ୱିକ, ୟୋନୋ ଏସବିଆଇ, ଆଇସିଆଇସିଆଇ ପ୍ୟାକେଟ, ଏଚଡିଏଫସି ପେଜ୍ୟାପ, ଭୀମ ଆପ୍‌, ଆମାଜନ-ପେ ଏବଂ ଫ୍ରୀଚାର୍ଜର ମଧ୍ୟ କୋଟି-କୋଟି ଉପଭୋକ୍ତା ବ୍ୟବହାର କରୁଛନ୍ତି।

Related Posts

About The Author

Add Comment