ଫେସବୁକ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ

Spread the love

ବାରିପଦା, ୦୬.୦୨.୨୦୨୧(ସନ୍ଧାନ ନିଉଜ୍ ):- ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅପମାନିସୂଚକ ଟିପ୍ପଣୀ କରିଥିବା ଜଣେ ୪୩ ବର୍ଷୀୟ ଠିକାଦାରକୁ ଗିରଫ କରିଛି ପୋଲିସ। ମୋତେ ୫ କୋଟି ଦେଲେ ମୁଁ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତବୋଲି ଫେସବୁକ୍‌ ପୋଷ୍ଟ କରିଥିବା ପୁଡୁଚେରୀର ଜଣେ ଠିକାଦାରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସତ୍ୟା ସତ୍ୟାନାଁରେ ଠିକାଦାର ଜଣକ ଏହି ପୋଷ୍ଟ କରିଥିବା ବେଳେ ଏହା ଭାଇରାଲ ହୋଇଥିଲା। ଜଣେ କାର ଡ୍ରାଇଭରଙ୍କ ନଜରରେ ପୋଷ୍ଟଟି ପଡ଼ିବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ସତ୍ୟା ସତ୍ୟାନାଁରେ ଗୁରୁବାର ଫେସବୁକ୍‌ରେ ମୋଦୀଙ୍କୁ ହତ୍ୟା କରିବା ଫାଇଁ ସୁପାରୀ ମାଗିଥିଲା । ଏଥିରେ ଲେଖାଥିଲା, ‘ଯିଏ ୫ କୋଟି ଦେବ ମୁଁ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ।ତେବେ ଏହି ପୋଷ୍ଟ ଜଣେ କାର ଡ୍ରାଇଭର ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଆକାଉଣ୍ଟକୁ ଟ୍ରେସ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏଭଳି ଅନେକ ପୋଷ୍ଟ କରି ଅଭିଯୁକ୍ତ ସତ୍ୟାନନ୍ଦମ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି। ଅରନ୍ୟକୂପମ ଗାଁର ସତ୍ୟନନ୍ଦମକୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଇଥିଲା ପୋଲିସ। କୋର୍ଟ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ ଅଭିଯୁକ୍ତ ବିରୋଧରେ ଆଇପିସି ୫୦୫(୧) ଏବଂ ୫୦୫ (୨) ଧାରା ଅଧିନରେ ମାମଲା ରୁଜୁ କରିଛି ପୋଲିସ।

Related Posts

About The Author

Add Comment