ଯାଜପୁର, ୧୬/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ଠାରେ ଏକ ବ୍ୟବସାୟ କରୁଥିବା ଫେରିବାଲା ଭଡ଼ାରେ ରହୁଥିବା ଘର ମଧ୍ୟରେ ଏକ ବ୍ୟବସାୟୀ ହତ୍ୟା ହେବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଥିବା ବେଳେ, କିପରି ଏହି ଫେରିବାଲାକୁ ହତ୍ୟାକରାଗଲା ତହା ସନେ୍ଧହ ପରିଶରରେ ରହିଚି । ଏଠାରେ ସୂଚନା ଯୋଗ୍ୟ ଯେ, କୁଆଖିଆ ବଜାର ନିକଟସ୍ଥ ନନ୍ଦିନୀ ହୋଟେଲ ପାଖରେ ଶ୍ରୀଧର ସାମଲଙ୍କ ଘରେ ଭଡ଼ାରେ ରହି ବ୍ୟବସାୟ କରୁଥିବା ହେି ମେଦନାପୁରର ଏହି ବ୍ୟବସାୟୀ ଫେରିବାଲା, ଏହି ଫେରିବାଲା ମେଦନାପୁର ଜିଲ୍ଲା ଠାକୁର ଛକ ଅଞ୍ଚଳର ମଣ୍ଟୁ ମାଇତିଙ୍କ ପଅ ଖୋକନ ମାଇତି(୪୦) କୁଆଖିଆରେ ଶ୍ରୀଧର ସାମଲଙ୍କ ଘରେ ଭଡ଼ା ନେଇ ରହୁଥିବା ବେଳେ, ଖୋକନ ମାଇତକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ଘଟଣାକୁ ନେଇ ଖୋକନ ଶାଶୁ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋକୁ ଭିତ୍ତିକରି ପୋଲିସ କେସନଂ ୯୭/୨୨ ରେ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ସହାୟତାରେ କୁଆଖିଆ ବଜାର ଦେଇ ବିଭିନ୍ନ ଅଞ୍ଚଳକୁ କୁକୁର ଯାଇଥିବା ବେଳେ, ଖୋକନର ଶବକୁ ପୋଲିସ ଜବତ କରିବା ସହିତ ପୋଷ୍ଟବଟମ ପାଇଁ ପଠାଇଥିଲେ । ପୋଷ୍ଟବଟମ କରାଯାଇ ଖୋକନ ଶବକୁ ତାର ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଖୋକନ ରହୁଥିବା ଭଡ଼ାଘରକୁ ପୋଲିସ ସିଲ କରିଥିବା ବେଳେ, ହତ୍ୟା ଘଟଣାପରେ କୁଆଖିଆରୁ ଜଣେ ଅଟୋ ଚାଳକ ୩ଜଣ ଲୋକ ମାନଙ୍କୁ ନେଇ ବାଲେଶ୍ୱରରେ ଛାଡ଼ିଥିବା ପୋଲିସ ସୂଚନା ଦେଇଚି । ଏହି ଘଟଣାର ତଦନ୍ତ ପାଇଁ ଅଟୋ ଚାଳକକୁ ଥାନାରେ ଆଣି ପଚରା ଉଚା କରି ଛାଡ଼ି ଦେଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଖୋକନ ମାଇତି ଦିର୍ଘ ୧୫ବର୍ଷ ହେବା ମେଦନାପୁରରୁ ଆସି ଶ୍ରୀଧର ସାମଲଙ୍କ ଘରେ ଭଡ଼ାରେ ରହି ହୋଲସେଲର ଭାବରେ ମନୋହର ସାମଗ୍ରୀ ବ୍ୟବସାୟ କରୁଥିଲେ । ଏହି କୁଆଖିଆ ଥାନା ନିକଟସ୍ଥ ଚଣ୍ଡିିପୁର ଗ୍ରାମରେ ୫ବର୍ଷ ତଳେ ଖୋକନ ବିବାହ କରିଥିଲେ । ପତ୍ନୀକୁ ମେଦନାପୁରରେ ଛାଡ଼ି ଖୋକନ କୁଆଖିଆରେ ରହୁଥିଲା । ନନ୍ଦିପୁର ଗ୍ରାମର ଶିବ ନାରାୟଣ ମଣ୍ଡଳ ଜଣେ ବ୍ୟବସାୟୀ ଭଡ଼ାରେ ରହଥିଲେ । ଖୋକନକୁ ସନ୍ଧ୍ୟାରେ ଖାଇବାକୁ ଡାକିବାକୁ ଆସିଥିଲେ । ଭଡ଼ାଘରର ବାହାର ପଟୁ ତାଲା ପଡ଼ିଥିବାରୁ ଶିବ ଖୋକନକୁ ଫୋନ କରିଥିଲେ । ଫୋନ ନହେବାରୁ ଶିବ ଝରକା ବାଟରେ ଦେଖିବା ବେଳକୁ ଖୋକନ ଘର ଭିତରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଶିବ ପୋଲିସକୁ ଖବର ଦେଇଥିଲେ । ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଘଟଣା ସ୍ଥଳରେ ପହଁଞ୍ଚôଥିଲେ । ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋକନର ଘର ଚାବି ଭାଙ୍ଗାଯାଇଥିଲା । ହତ୍ୟାକାରୀ ହତ୍ୟାକରି ଫେରାର ହୋଇଯାଇଥିବା ବେଳେ ମୁ୍ଣ୍ଡରେ ଚାରିଟି ଚୋଟ ଡାହାଣ ପାପୁଲି ଓ ଗାଲକୁ ରକ୍ତାକ୍ତ କରିଦେଇଥିଲେ । ପୋଲିସ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ବେଳେ, ହତ୍ୟାକାରୀ ପାଖରେ କୁଆଖିଆ ପୋଲିସ ପହଁଞ୍ଚô ପାରିନଥିବା ଦେଖିବାକୁ ମିଳିଚି । ଖୋକନ ମାଇତି ହତ୍ୟା ଘଟଣା ପଛର ରହସ୍ୟ ଲୁଚି ରହିଥିବା ବେଳେ, ଖୋକନକୁ କାହିଁକି ହତ୍ୟାକାରୀ ହତ୍ୟାକଲା ବ୍ୟବସାୟୀ ବିବାଦ ନା ଅନ୍ୟ କିଛି ଖୋକନର ଶବ ଭଡ଼ଘରେ ପଡ଼ି ରହିଥିଲା । ବାହାର ପଟୁ କିପରି ଚାବି ପଡ଼ିଲା ତହା ମଧ୍ୟ ପୋଲିର ତଦନ୍ତ ସାପେକ୍ଷ । ଖୋକନର ହତ୍ୟାକାଣ୍ଡ ସନେ୍ଧହ ପରିଶରରେ ଲୁଚି ରହିଥିବା ବେଳେ, ହତ୍ୟାକାରୀ ବହୁତ ଚତୁରତାର ସହିତ ହତ୍ୟାକରି ଫେରାର ହୋଇଯାଇଚି ।
ଫେରିବାଲାକୁ ହତ୍ୟା କରିବା ପଛରେ ହତ୍ୟାକାରୀ କିଏ
|
March 16, 2022 |



