ଫେବୃଆରୀ ୯ ତାରିଖ ଦିନ ଏମାନଙ୍କ ସହ ଚନ୍ଦ୍ର ସଂଯୁକ୍ତ ହେବାକୁ ଯାଉଥିବା ବେଳେ ଷଡ଼ଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି

Spread the love

ବାରିପଦା, ୦୭.୦୨.୨୦୨୧(ସନ୍ଧାନ ନିଉଜ୍):-ଚନ୍ଦ୍ର ଫେବୃଆରୀ ୯ ତାରିଖ ରାତିରେ ମକର ରାଶିରେ ଗୋଚର କରିବେ। ଏହା ସହ ୬ଟି ଗ୍ରହର ବିଚିତ୍ର ସଂଯୋଗ ହେବାକୁ ଯାଉଛି। ଯାହା ପ୍ରାୟ ୫୯ ବର୍ଷ ପରେ ହେବାକୁ ଯାଉଥିବା ବେଳେ ଦେଶ ଦୁନିଆ ଉପରେ ଏହାର ସୁଦୂର ପ୍ରଭାବ ରହିବ ବୋଲି ଜ୍ୟୋତିଷାଚାର୍ଯ୍ୟ  କହୁଛନ୍ତି। ମକର ରାଶିରେ ଶନିଙ୍କ ସହ ଦେବଗୁରୁ ବୃହସ୍ପତି ଅବସ୍ଥାନ କରୁଥିବା ବେଳେ ପରେ ସୂର୍ଯ୍ୟ, ବୁଧ ଓ ଶୁକ୍ର ଅବସ୍ଥାନ କରିଥିଲେ। ଫେବୃଆରୀ ୯ ତାରିଖ ଦିନ ଏମାନଙ୍କ ସହ ଚନ୍ଦ୍ର ସଂଯୁକ୍ତ ହେବାକୁ ଯାଉଥିବା ବେଳେ ଷଡ଼ଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି। ପୂର୍ବରୁ ୧୯୬୨ ମସିହାରେ ମକର ରାଶିରେ ଏହିପରି ୭ ଗ୍ରହଙ୍କ ସଂଯୋଗ ହୋଇଥିଲା। ସେତେବେଳେ ଦୁଇ ମହାଶକ୍ତି ଆମେରିକା ଓ ତତ୍କାଳୀନ ସୋଭିଏତ ଋଷ କ୍ୟୁବା ମିଜାଇଲ ସଂକଟରେ ମୁହାଁମୁହିଁ ହୋଇଥିଲେ।  ଫଳରେ ଯୁଦ୍ଧ ଭୟ ଉପୁଜିଥିବା ବେଳେ ସାରା ବିଶ୍ୱ ୨ ଗୋଷ୍ଠୀରେ ବାଣ୍ଟି ହୋଇଯାଇଥିଲେ। ଏଥିରୁ ଦୀର୍ଘକ ଦଶନ୍ଧୀ ଧରି ଦୁଇ ଦେଶଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବା ବେଳେ ଶେଷରେ ଋଷିଆରେ ସୋଭିଏତ ସଂଘର ବିଲୟ ସହ ପରିସ୍ଥିତିର ସମାପ୍ତି ଘଟିଥିଲା। ସେହିପରି ଗତ ୨୬ ଡିସେମ୍ବର ୨୦୧୯ରେ ଧୁନରାଶିରେ ସୂର୍ଯ୍ୟ ଗ୍ରହଣ ବେଳେ ୫ ଗ୍ରହୀ ଯୋଗ ହେବା ଯୋଗୁ କରୋନା ଭାଇରସ ମହାମାରୀ ସମଗ୍ର ମାନବ ସଭ୍ୟତା ଲାଗି ବିପଦ ହୋଇ ଉଭା ହେଲା। ଏଥିଯୋଗୁ ଆର୍ଥିକ ଜଗତରେ ଯେଉଁ ଅପୁରଣୀୟ କ୍ଷତି ହେଲା ସମଗ୍ର ବିଶ୍ୱକୁ ଏଥିରୁ ବାହାରିବା ଲାଗି ଅନେକ ସମୟ ଲାଗିଯିବ। ଏଥିରେ ୯ ଫେବୃଆରୀ ରାତି ୮ଟା ୩୦ ମିନିଟ୍‌ରେ ଚନ୍ଦ୍ର ମକର ରାଶିରେ ଗୋଚର ହେଉଥିବା ବେଳେ ଏଠାରେ ୧୨ ଫେବୃଆରୀ ସକାଳ ୨ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ମକର ରାଶିରେ ଅବସ୍ଥାନ କରିବେ। ଫଳରେ ଷଡଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଥିବା ବେଳେ ଦେଶ ଦୁନିଆରେ ବଡ଼ ପରିବର୍ତ୍ତନର ସଂକେତ ମିଳୁଛି। ଏହି ଗ୍ରହ ଯୋଗୁ ଭାରତର ନିକଟତମ ପଡୋଶୀ ଦେଶଙ୍କ ପ୍ରତି ମହାସଂକଟର ପୂର୍ବାନୁମାନ କରାଯାଉଛି। ପାକିସ୍ତାନର ଚନ୍ଦ୍ର ରାଶି ମିଥୁନ, ଏଥିରୁ ଅଷ୍ଟମ ଭାବରେ ବିନାଶର ମହାଯୁତିର ସଂକେତ ମିଳୁଛି। ହୁଏତ ପାକିସ୍ତାନ ବଡ ଧରଣର ଭୂ ସମ୍ପର୍କିତ ବିପର୍ଯ୍ୟୟ ସମ୍ମୁଖୀନ ହୋଇପାରେ ବୋଲି ଜ୍ୟୋତିଷମାନେ ଆଶଙ୍କା କରିଛନ୍ତି। ସେହପରି ଚୀନର ଚନ୍ଦ୍ର ରାଶି ମକର। ଏଠାରେ ଶନି ଓ ବୃହସ୍ପତିଙ୍କ ସହ ଅନ୍ୟ ଗ୍ରହଙ୍କ ଉପସ୍ଥିତି ଆର୍ଥିକ ସଂକଟ ଯୋଗୁ ଜନ ଅସନ୍ତୋଷର ସୂଚନା ଦେଉଛି। ଚୀନ ସେୟାର ବଜାରରେ ବଡ ଧରଣର ହ୍ରାସର ଆଶଙ୍କା କରାଯାଉଥିବା ବେଳେ ବିଶ୍ୱର ଧନକୁବେରଙ୍କ ଲାଗି ଆର୍ଥିକ ଝଟକା ସାବ୍ୟସ୍ତ ହୋଇପାରେ। ଏଥିରୁ ଭାରତ ମଧ୍ୟ ମୁକ୍ତ ହୋଇ ନପାରେ। ଭାରତୀୟ ସେୟାର ବଜାରରେ ମଧ୍ୟ ଅସ୍ଥିରତାର ପରିସ୍ଥିତି ଉପୁଜିପାରେ ବୋଲି ଜ୍ୟୋତିଷ ଆଶଙ୍କା ପ୍ରକାଶ କରିଛନ୍ତି। ମକର ରାଶିକୁ ଜଳ ଓ ପୃଥିବୀ ତତ୍ୱ ପ୍ରଭାବିତ ରାଶି ମନେ କରାଯାଏ। ରାଶିରେ ଶନି-ବୃହସ୍ପତିଙ୍କ ଯୁତିରେ ମେଷ ରାଶିରେ ମଙ୍ଗଳଙ୍କ ଅବସ୍ଥିତି ଭୂମିକମ୍ପର ସୂଚନା ଦେଉଛନ୍ତି। ୧୨ ଫେବୃଆରୀ ଅମାବାସ୍ୟାରେ ସୂର୍ଯ୍ୟ ଓ ଚନ୍ଦ୍ର ମକର ପୃଥିବୀ ତତ୍ୱ ରାଶି  ନବାଂଶରେ  ଭୂମିକମ୍ପ ଯୋଗ ସୃଷ୍ଟି କରୁଛନ୍ତି। ଏହି ଯୋଗ ଯୋଗୁ ଆଗାମୀ ୧୫ ଦିନ ମଧ୍ୟରେ ପାକସ୍ତାନ ଓ ଉତ୍ତର ଭାରତରେ ଭୂମିକମ୍ପ ଅନୁଭୂତ ହୋଇପାରେ ବୋଲି ଜ୍ୟୋତିଷ ପୂର୍ବାନୁମାନ କରାଯାଇଛି। ଅମାବାସ୍ୟା ପରେ ଅଦିନିଆ ବର୍ଷା ଓ କୁଆପଥର ପଡିବାର ମଧ୍ୟ ପୂର୍ବାନୁମାନ କରାଯାଉଛି। ଯାହା ଉତ୍ତର ଭାରତରେ ଶୀତ ଋତୁକୁ ଆହୁରି ଲମ୍ବା କରିପାରେ।

Related Posts

About The Author

Add Comment