ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା

Spread the love

ଭୁବନେଶ୍ଵର,୨୪/୧୨ (ସନ୍ଧାନ ନିୟୁଜ):  ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ୧୯ ତାରିଖରେ ପ୍ରଥମ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ୨୨ତାରିଖରେ ଇଂରାଜୀ, ୨୪ରେ ହିନ୍ଦୀ/ସଂସ୍କୃତ, ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ଫେବୃଆରୀ ତୃତୀୟ ସପ୍ତାହରେ ପରୀକ୍ଷା ହେବା ନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ, ପରୀକ୍ଷା କେନ୍ଦ୍ରରେ ସ୍ବଚ୍ଛତା ଅଣାଯିବା ନେଇ ଅଧିକ ଗୁରୁତ୍ବ ଦିଆଯାଉଛି । ପରୀକ୍ଷା କିପରି ସୁରୁଖୁରରେ ସମ୍ପାଦିତ ହେବ ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ପରୀକ୍ଷା କେନ୍ଦ୍ରଗୁଡିକ ଉପରେ ଗୁରୁତ୍ବ ଦିଆଯାଇଛି । ଗତ ବର୍ଷ କିଛି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । କିଛି ସେଣ୍ଟରରେ ସୁବିଧା ନଥିବାରୁ ସିସିଟିଭି ଲଗାଯାଇପାରିନଥିଲା । ଗତବର୍ଷ ଯେଉଁ ପରୀକ୍ଷା କେନ୍ଦ୍ରଗୁଡିକରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା ସେହି କେନ୍ଦ୍ରଗୁଡିକ ଉପରେ ଚଳିତବର୍ଷ ଧ୍ୟାନ ଦିଆଯିବ । ସେହିଠାରେ କେନ୍ଦ୍ରଗୁଡିକ କରାଯିବ ଅଥବା ପାଖାପାଖି ପରୀକ୍ଷା କେନ୍ଦ୍ରଗୁଡିକରେ ସୁବିଧା ଥିଲେ ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ । ପରୀକ୍ଷା ସମ୍ପଦନ ଏବଂ ଯଥା ସମୟରେ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।

Related Posts

About The Author

Add Comment