ଫୁଲବାଣୀ ନଗର ବିଜେପିର ପ୍ରଶିକ୍ଷଣ ଶିବିର

Spread the love

କନ୍ଧମାଳ,13/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ନଗର ବିଜେପି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଫୁଲବାଣୀଠାରେ ଆୟୋଜିତ ହୋଇଯାଇଛି। ନଗର ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲା ସଭାପତି ଜଗନ୍ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଫୁଲବାଣୀ ପୌରାଞ୍ଚଳରେ ଦଳର ସଂଗଠନକୁ ମଜବୁତ କରିବା ସହ ଦଳର ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଶିବିରରେ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଦେବନାରାୟଣ ପ୍ରଧାନ, ଆଇଟି ସେଲ ସଂଯୋଜକ ରମେଶ ଚନ୍ଦ୍ର ମହାନ୍ତି, ଜିଲା ସଂପାଦକ ପରେଶ ମହାପାତ୍ର, ପୂର୍ବତନ ନଗର ସଭାପତି ସନ୍ତୋଷ ପଣ୍ଡା ବରିଷ୍ଠ ନେତା ଅଜିତ ପଟ୍ଟନୟକ, ପ୍ରମୁଖ ଉଦବୋଧନ ଦେଇ ଦଳୀୟ କର୍ମୀମାନଙ୍କୁ ବିଭିନ୍ନ ଉପଦେଶ ଓ ପ୍ରଶିକ୍ଷଣ ଦେଇଥିଲେ। ଶିବିର ପରିଚାଳନାରେ ଉପସଭାପତି ଦେବାଶୀଷ ପଟ୍ଟନାୟକ, ସମୀର ଘଟାଲ, ମନୋରଂଜନ କହଁର, ମାମି ନାୟକ, ସୁଜାତା ଦିଗାଲ, ସାଧାରଣ ସଂପାଦକ ଯଦୁନାଥ ସାହୁ, ଅରବିନ୍ଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Related Posts

About The Author

Add Comment