ବାରିପଦା, ୨୮/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ସାର ପ୍ରୟୋଗ: ଅଧିକ ୧୫ କି.ଗ୍ରା. ଯବକ୍ଷାରଜାନକୁ (୩- ୪ ଥରରେ) ଚାରା ଲଗାଇବାର ୩୦ ଦିନ ପରଠାରୁ ପ୍ରତି ସପ୍ତାହରେ (୩-୪ଥରରେ) ପତ୍ରସିଞ୍ଚନ ( ୟୁରିଆ ୧୦ ଗ୍ରାମ୍ । ଲିଟର) କଲେ ଗଛ ଭଲ ବଢ଼େ । ଜୀବାଣୁସାର ଆଜୋସ୍ପିରିଲମ୍ ବା ଆଜୋଟା ବ୍ୟକ୍ତି ର ( ଆଜୋଟୋଫ୍ ସ୍ ୧ କି.ଗ୍ର । ଏ କ ର ) ବ୍ୟବହାର କଲେ ଯବକ୍ଷାରଜାନ ସାର କମ୍ ଦରକାର ହୋଇଥାଏ । ଫୁଲକୋବି ପାଇଁ ବୋରନ୍, ମଳିବିଡନମ୍ , ମାଗ୍ନେସିୟମ୍, ଜିଙ୍କ ଓ କ୍ୟାଲସିୟମ୍ ଇତ୍ୟାଦି ଅଣୁସାର ଅତ୍ୟନ୍ତ ଜରୁରୀ ବାରମ୍ବାର କୋବି ଚାଷ କରୁଥିଲେ ଶେଷ ଓଡ଼ ଚାଷ ସମୟରେ ମିଶ୍ରିତ ଅଣୁସାର ଏକର ପ୍ରତି ୪-୫ କି.ଗ୍ରା. ପ୍ରୟୋଗ କରନ୍ତୁ ।
ପରବର୍ତ୍ତୀ ଯତ୍ନ: ଚାରା ମରିଯାଇ ଖାଲି ଥିବା ସ୍ଥାନରେ ନୂତନ ଚାରା ୮-୧୦ ଦିନ ମଧ୍ୟରେ ଲଗାନ୍ତୁ । ୨୦-୩୦ ଦିନରେ ୨ ଥର ଅଗଭୀର କୋଡ଼ା ଖାସ କରି ଘାସ ବାଛି ଦିଅନ୍ତୁ । ସାର ପ୍ରୟୋଗ କରି ହୁଡ଼ା ଟେକି ମାଟିର ବତର ଓ ପାଗ ଦେଖୁ ୭-୧୦ ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ । ବର୍ଷା ଋତୁରେ ଚେର ପଦାକୁ ଦେଖାଦେଲେ ମାଟି ଘୋଡ଼ାଇ ଦିଅନ୍ତୁ । କଳା ପଲିଥିନରେ ଛାଦିକରଣ କଲେ ଅନାବନା ଗଛ କମ୍ ହୋଇଥାଏ
ହରମୋନ: ଜିଏ୩ (୮୦-୧୦୦ ମି.ଗ୍ରା.ଲିଟର ପାଣି), ଏନ୍.ଏ.ଏ. (୧୦୦-୧୨୦ ମି.ଗ୍ରା.ଲିଟର ପାଣି) ଏବଂ ମଲିବିଡେନମ ( ୨ ଗ୍ରାମ୍ ଲିଟର ପାଣି) ଚାରା ଲଗାଇବାର ୨୧ ଏବଂ ୨୮ ଦିନରେ ସେ କଲେ ଅମଳ ଶୀଘ୍ର ଓ ଅଧିକ ହୋଇଥାଏ। ଏତଦ୍ ବ୍ୟତୀତ ଏନ.ଏ.ଏ. ( ୨୦୦ ମି.ଗ୍ରା. ଲିଟର) ଏବଂ ୟୁ ରି ଆ ( ୧୦ ଗ୍ରାମ୍ ଲିଟର ପାଣି) ୭ଦିନ ବ୍ୟବଧାନରେ ସ୍ପ୍ରେ କଲେ ଉତ୍ପାଦନ ବଢ଼ିଥାଏ ।
ଅମଳ: କଢ଼ଗୁଡ଼ିକ ପୂର୍ଣ୍ଣ ଆକାରର କଠିନ ଓ ଧଳା ଥିବା ଅବସ୍ଥାରେ ତେଳିବା ଉଚିତ୍ । ଛୁରୀ ଦ୍ବାରା ୪-୫ଟି ପତ୍ର ଥାଇ କାଟିବା ଉଚିତ୍ । ଅଧିକ ଦିନ ରହିଲେ ଫୁଲର ରଙ୍ଗ ବଦଳିଯାଏ ଏବଂ ସାଦ କମିଯାଇ ଗରାଖ ପସନ୍ଦ ହୁଏନାହିଁ । ଏକର ପ୍ରତି ସହଳ କିସମଗୁଡ଼ିକ ୨୫-୪୦ କ୍ବିଣ୍ଟାଲ ଏବଂ ମଧ୍ୟମ ବା ବିଳମ୍ବ କିସମ ଗୁଡ଼ିକ ୧୦୦-୧୨୦ କ୍ଵିଣ୍ଟାଲ ଯାଏ ଅମଳ ଦେଇଥାନ୍ତି ।
ଜଳବାୟୁ: ଆମ ରାଜ୍ୟରେ ସମସ୍ତ ଅଞ୍ଚଳରେ ଶୀତ ଦିନରେ ଫୁଲକୋବି ଚାଷ ହୋଇଥାଏ । ଛୋଟ ଅବସ୍ଥାରେ ୨୩ ଏବଂ ଫୁଲ ସମୟରେ ୧୭-୨୦ ଡିଗ୍ରୀ ସେଲସିୟମ୍ ଉତ୍ତାପ ରହିଲେ ଅଧିକ ଅମଳ ହୋଇଥାଏ । ବର୍ଷା ଋତୁରେ ନିଗିଡ଼ା ଜମିରେ ଏହି ଚାଷ ମଧ୍ୟ କରାଯାଇପାରେ ।
ମୃତ୍ତିକା: ଉର୍ବର, ଦୋରସା, ନିଗିଡ଼ା ଏବଂ ଅମୃତା ୫.୫-୬.୫ ଥିବା ମାଟିରେ ଫୁଲକୋବି ଅଧିକ ଅମଳ ଦେଇଥାଏ ।
ବିହନ: ଏକରକପ୍ରତି ସହଳ କିସମ ୨୦୦-୩୦୦ ଗ୍ରାମ୍ ଏବଂ ମଧ୍ୟମ ବା ବିଳମ୍ବ କିସମ ୧୫୦-୨୦୦ ଗ୍ରାମ୍ ମଞ୍ଜି ଦରକାର ।
ଚାରା ପ୍ରସ୍ତୁତି: ତଳିଘରାର ମାଟିକୁ ଗୁଣ୍ଡ କରି ଖରାଦିଅନ୍ତୁ ଏବଂ ୩ ମିଟର ଲମ୍ବ, ୧ ମିଟର ଓସାର ଓ ୧୫-୨୦ ସେ.ମି. ଉଚ୍ଚତା ବିଶିଷ୍ଟ ପଟି ତିଆରି କରନ୍ତୁ । ବର୍ଗମିଟର ପ୍ରତି ୫-୧୦ କିଗ୍ରା. କଖୋଷ୍ଟ, ୫୦ ଗ୍ରାମ୍ କ୍ଲୋରୋପାରିଫସ୍ ଗୁଣ୍ଡ ଦେଇ ମଞ୍ଜି ପକାଇବାର ୭ଦିନ ଆଗରୁ ତଳିଘରା ପ୍ରସ୍ତୁତ କରନ୍ତୁ । ତଳି ଘରାକୁ ଜେ ବି କ ଫିମ୍ପି ନାଶକ ଟ୍ରାଇକୋଡର୍ମା କିମ୍ବା ଥିମ୍ ୦.୩% + ଟ୍ରୋସାଇକ୍ଲିନ୍ ୦.୧୫% ୩ଗ୍ରାମ୍ ୧ଲିଟର ପାଣିରେ ମିଶାଇ ବିଶୋଧନ କଲେ ମୂଳ ସଢ଼ା ରୋଗ କମିଯାଏ । ୭-୮ ସେ.ମି, ବ୍ୟବଧାନରେ ଗାର ଟାଣି ୦.୫ – ୧ ସେ.ମି. ଗଭୀରରେ ମଞ୍ଜି ପକାଇ ଘୋଡ଼ାଇ ଦିଆଯାଏ। ୪-୫ ଦିନରେ ଗଜା ବାହାରେ ବର୍ଷା ଦିନରେ ସବୁଜ ଗୃହ କିମ୍ବା କାଠ ବାକ୍ସରେ ଚାରା ପକାଇଲେ ଭଲ । ଚାରା ଲଗାଇବାର ୧୫ ଦିନ ପୂର୍ବରୁ ତଳି ଘରାରେ କାଟାପ ହାଇଡ୍ରୋକ୍ଲୋରାଇଡ୍ ଦାନାଦାର (୪୦ ଗ୍ରାମ୍ ବର୍ଗମିଟର) ଦିଆଯାଏ । ଲଗାଇବାର ୭ଦିନ ପୂର୍ବରୁ ଜଳସେଚନ ନିୟନ୍ତ୍ରଣ କରି ଚାରାଗୁଡ଼ିକୁ କଠିନ କରନ୍ତୁ ।
ଚାରା ରୋପଣ: ଜମିକୁ ୪-୫ ଓଡ଼ ଗୁଣ୍ଡ ଚାଷ ପରି ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି ୮-୧୦ ଟନ୍ କମ୍ପାଷ୍ଟ, ୧୦ କି.ଗ୍ରା. କ୍ଲୋରୋପାଇରିଫସ୍ ଗୁଣ୍ଡ ଏବଂ ମୂଳସାର ଦେଇ ପଟାଳୀରେ ଭଙ୍ଗାଯାଏ। ସହଳ କିସମ (୫-୬ ସପ୍ତାହ ଚାରା) ଧାଡ଼ିକୁ ଧାଡ଼ି ୬୦ ସେ.ମି. ଓ ଗଛକୁ ଗଛ ୩୦ ସେ.ମି. ଏବଂ ମଧ୍ୟମ ବା ବିଳମ୍ବ କିସମ (୩-୪ ସପ୍ତାହ ଚାରା) ଧାଡ଼ିକୁ ଧାଡ଼ି ୬୦ -୭୫ ସେ.ମି. ଓ ଗଛକୁ ଗଛ ୪୦-୪୫ ସେ.ମି. ବ୍ୟବଧାନରେ ଉପରବେଳା ଲଗାନ୍ତୁ । ଚାରା ର ମୂଳ କୁ ଆଇ.ବି.ଏ. (୧ ମି.ଗ୍ରା. ଲିଟର ପାଣି ) ଦ୍ରବଣରେ ବୁଡ଼ାଇ ଲଗାନ୍ତୁ ।