ଫିଲିଫାଇନ୍‌ସରେ ପ୍ରବଳ ଝଡ ଓ ତୁଷାରପାତ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ

Spread the love

ମାନିଲା ,୩୦/୧୨ (ସନ୍ଧାନ ନିୟୁଜ) : କେନ୍ଦ୍ର ଫିଲିଫାଇନ୍‌ସର ବାଇକୋଲରେ ରବିବାର ପ୍ରବଳ ଝଡ ଓ ତୁଷାରପାତ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ରବିବାର ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ରବର ବୋଟ, ଅଗ୍ନିଶମ କର୍ମଚାରୀ ନିୟୋଜିତ ଥିବା ବାଇକୋଲର ମୁଖ୍ୟ ଅଧିକାରୀ ସୂଚନା ଦେଉଛନ୍ତି । ଏଥିସହ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ କିଛିଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି ଯାହାଫଳରେ ଫିଲିଫାଇନ୍‌ସରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।  ୨୨ ଜଣଙ୍କ ମୃତ୍ୟୁ ମୁଖ୍ୟତଃ ଭୂସ୍ଖଳନ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ଅନେକ ସ୍ଥାନ ପାଣି ଘେରରେ ରହିଛି।ପାଖାପାଖି ୧୬ ଜଣ ବାଇକୋଲ ଅଞ୍ଚଳରୁ ଓ ଅନ୍ୟ ୬ଜଣ ପଶ୍ଚିମ ଭିସାୟଶରୁ ପ୍ରାଣ ହରାଇଛନ୍ତି । ଏହି ଘୂର୍ଣ୍ଣିଝଡରେ ପାଖାପାଖି ୨୨ ହଜାର ଲୋକଙ୍କ ଘର ଧ୍ୱସଂ ହୋଇଯାଇଛି । ଏଥିସହ ଶସ୍ୟକ୍ଷେତ୍ର ରାସ୍ତାଘାଟ ନଷ୍ଟ ହୋଇଥିବା ଆଞ୍ଚଳିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Related Posts

About The Author

Add Comment