ଫିଲିପାଇନ୍ସ ନୌସେନାକୁ ବ୍ରାହ୍ମୋସର ସୁପରସୋନିକ୍ କ୍ଷେପଣାସ୍ତ୍ର ବିକ୍ରି କରିବାକୁ ୨,୮୧୨ କୋଟି ଟଙ୍କାର ଚୁକ୍ତି

Spread the love
ନୂଆଦିଲ୍ଲୀ, ୨୭/୦୧/୨୦୧୨ (ସନ୍ଧାନ ନିଉଜ) ଦୀର୍ଘ ଦିନ ଧରି ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ଭାବରେ ପରିଚିତ ଭାରତ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ହେବାକୁ ଯାଉଛି। ଏହି ଦିଗରେ ଫିଲିପାଇନ୍ସ ସହିତ ଏକ ବଡ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଫିଲିପାଇନ୍ସ ନୌସେନା ପାଇଁ ଭାରତ ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର ବିକ୍ରୟ କରିବ। ବ୍ରାହ୍ମୋସ କ୍ଷେପଣାସ୍ତ୍ର ରପ୍ତାନି ପାଇଁ ଏହା ହେଉଛି ପ୍ରଥମ ଚୁକ୍ତି।

ବ୍ରାହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର ଘଣ୍ଟା ପ୍ରତି ୪୩୨୧ କିଲୋମିଟର ବେଗରେ ଗତି କରିପାରେ,ଅର୍ଥାତ୍ ଶବ୍ଦଠୁ ତିନି ଗୁଣ ବେଗରେ ଗତି କରିବାକୁ ସକ୍ଷମ ଅଟେ। ବ୍ରାହ୍ମୋସ କ୍ଷେପଣାସ୍ତ୍ର କିଣିବା ପାଇଁ ଫିଲିପାଇନ୍ସ ଭାରତ ସହିତ ୩୭.୫୦ନିୟୁତ ଡଲାର (୨,୮୧୨ କୋଟି ଟଙ୍କା) ଚୁକ୍ତି କରିଛି। ସୂଚନା ମୁତାବକ ଉଭୟ ଦେଶର ଅଧିକାରୀ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଅତୁଲ ଡି ରାଣେ, ସିଇଓ, ବ୍ରାହ୍ମୋସ୍ ଏରୋସ୍ପେସ୍ ଇଣ୍ଡିଆ, ସଞ୍ଜୀବ ଯୋଶୀ, ଡେପୁଟି ସିଇଓ, ଲେ.ଟି. କର୍ଣ୍ଣେଲ ଆର ନେଗି ଏବଂ ପ୍ରବୀଣ ପାଠକ ଏହି ଅବସରରେ ଉପସ୍ଥିତ ଥିଲେ।ଚୀନ୍‌ର ଆକ୍ରମଣାତ୍ମକ ମନୋଭାବର ସମ୍ମୁଖୀନ ହେଉଥିବା ଫିଲିପାଇନ୍ସ ବିଶ୍ୱର ଦ୍ରୁତତମ ସୁପରସୋନିକ୍ ଆଣ୍ଟି-ଜାହାଜ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ କିଣିବା ପାଇଁ ଭାରତ ସହିତ ଏହି ଚୁକ୍ତି କରି ଚୀନ୍‌କୁ ଚକିତ କରିଛି। ସୂତ୍ରରୁ ଜଣାପଡିଛି ଯେ ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ଏବଂ ବ୍ରାହ୍ମୋସ୍ ଏରୋସ୍ପେସ୍ ଏହି କ୍ଷେପଣାସ୍ତ୍ରକୁ ବନ୍ଧୁତ୍ୱପୂର୍ଣ୍ଣ ଦେଶକୁ ରପ୍ତାନି କରିବା ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ କରୁଛନ୍ତି।

Related Posts

About The Author

Add Comment