ଫିକା ହେଲା “କୁମାର ପୁନେଇଁ ଜହ୍ନ ଲୋ”

Spread the love
ଆରଡ଼ି: (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍)   କାର୍ତ୍ତିକ ମାସ ରେ ପୂର୍ଣ୍ଣିମା ତିଥିରେ ପଡିଥାଏ କୁମାର ପୂର୍ଣ୍ଣିମା । ଓଡିଶାରେ ଏହା ହେଉଛି କୁମାରୀ ଝିଅଙ୍କ ମୁଖ୍ୟ ପର୍ବ । ଏହି ଦିନଟିକୁ ଝିଅମାନେ ବେଶ ଆନନ୍ଦର ସହ ପାଳନ କରିଥାନ୍ତି ।
କୁମାର ମାନଙ୍କ ପାଇଁ କୁମାରୀ ପାଳନ କରିଥାନ୍ତି କୁମାର ପୂର୍ଣ୍ଣିମା । ଏହି ଦିନ ସକାଳୁ  ଝିଅମାନେ ସୁର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରି ଆଂଜୁଳା ଟେକିଥାନ୍ତି ।      ସନ୍ଧ୍ୟା ସମୟରେ   କୁଲାରେ ସାତ ପ୍ରକାରର ଫଳ ଧରି ଚଉଁରାମୂଳରେ ବିଧି ସହକାରେ ପୂଜା କରିଥାନ୍ତି ।
କିନ୍ତୁ ତାହା ଏବର୍ଷ ପ୍ରତିବର୍ଷ ଭଳି ଦେଖିବାକୁ ମିଳିନଥିଲା। କୋରନା ମହାମାରୀ ପାଇଁ ଏହା ଫିକା ପଡ଼ିଯାଇଥିଲା। ଦେଖିବାକୁ ମିଳିନଥିଲା ଝିଅ ମାନଙ୍କୁ ଆଗଭଳି ସଜବାଜ ସାଙ୍ଗକୁ ଗାଁ ଦାଣ୍ଡରେ ମେଳି ମେଳି ହୋଇ ଭିଡ଼ ଜମାଇବା। ଏକା ସ୍ଵର ରେ ବି ଶୁଭୁ ନଥିଲା ” କୁମାର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ” । ନା ଥିଲା ଗୋଟିଏ ଥାଳି ରେ ନଥିଲା ମଣ୍ଡା ଚକୁଳି ସହ ମା ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରିବା।
କେବଳ ବିଧିବିଧାନ ରକ୍ଷା କରି ସମସ୍ତ କୁଆଁରୀ ମାନେ ନିଜ ନିଜ ଘର ଅଗଣା ରେ  ଚଉଁରା  ମୂଳେ  ଦୀପ ଜାଳି ବନ୍ଦାଣ କରିଥିଲେ।

Related Posts

About The Author

Add Comment