ଫାଶୀ ଦେଇ ଛାତ୍ରୀଙ୍କ ଆତ୍ମହତ୍ୟା

Spread the love

ରାଉରକେଲା,୦୩/୦୬ (ସନ୍ଧାନ ନିଉଜ): ଜଣେ କଲେଜ ଛାତ୍ରୀ ଚୁନିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀଙ୍କ ନାମ ସୁନୀତା ଦାସ(୨୨) । ଦେଓଗାଁ ତ୍ରୀନାଥ କଲୋନୀରେ ରହୁଥିବା ପ୍ରତାପ ଦାସ ଦିନ ମଜୁରିଆ ଭାବେ କାମ କରନ୍ତି । ସବୁଦିନ ଭଳି ପ୍ରତାପ କାମକୁ ବାହାରି ଯାଇଥିଲେ । ମୃତ ସୁନୀତାଙ୍କ ମା’ ମଧ୍ୟ କିଛି କାମରେ ଘରୁ ବାହାରକୁ ଯାଇଥିଲେ । ସୁନୀତା ନିଜ  ରୁମ ମଧ୍ୟରେ ଥିବା ଲୁହା ପାଇପରେ ଚୁନି ଲଗାଇ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତ କାଳରେ ଅନୁମାନ କରିଛି । ଜଲଦା ଫାଣ୍ଡି ପୁଲିସ ମୃତ ଯୁବତୀଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଲହରୀ ଖେଳାଇ ଦେଇଛି ।

Related Posts

About The Author

Add Comment