ରାଉରକେଲା: ପିସ୍ତଲ ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ 72 ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ । ତେବେ ଏଭଳି ଘଟଣା ଘଟିଛି ରାଉରକେଲା 9 ନଂ ସେକ୍ଟରରେ ।ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀ ଅବଦେଶ ସିଂ ତାଙ୍କ କଲେକ୍ସନ ସାରି ବାଇକରେ ଯାଉଥିବା ବେଳେ ନଅ ନମ୍ବର ସେକ୍ଟର ଷ୍ଟିଲ କ୍ଲବ ନିକଟରେ ତିନି ଜଣ ଯୁବକ ବାଇକରେ ଆସି ପିସ୍ତଲ ଦେଖାଇ ତାଙ୍କୁ ଅଟକାଇଥିଲେ । ତେବେ ସେ କିଛି ବୁଝିବା ଆଗରୁ ଦୃର୍ବୁତ୍ତମାନେ ଟଙ୍କା ବ୍ୟାଗ ଝାମ୍ପିନେଇ ପଳାଇଥିଲେ ।
ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ 72 ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ
|
June 29, 2020 |



