ଫସଲ‌ ନଷ୍ଟ କଲେ ହାତୀ ପଲ

Spread the love

ରରୁଆଁ, ୧୨.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ ଯୋଗୁଁ ରରୁଆଁ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି। ଗତକାଲି ରାତିରେ ଝାଡ଼ଖଣ୍ଡ ସୀମା ପଟୁ ୬ଟି ହାତୀ ରରୁଆଁ ସୀମା ମଧ୍ୟରେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ରରୁଆଁ ପୁରାଣସାହିର କାଳୀଚରଣ ସି, ସୁବାସ ଚନ୍ଦ୍ର ଧୁଙ୍ଗିଆ, ଭାସ୍କର ଧୁଙ୍ଗିଆ, ପୁରୁଷୋତ୍ତମ ଧୁଙ୍ଗିଆ, କୁଳମଣି ପାତ୍ର, ପରେଶ ଧୀର, ଲକ୍ଷ୍ମୀକାନ୍ତ ଧୁଙ୍ଗିଆ । ୩ ଏକର ଜମିରେ ଆଳୁ, ସୋରିଷ ଓ କୋବି ଚାଷ କରିଥିଲେ । ଗତକାଲି ରାତିରେ ହାତୀପଲ ଚାଷଜମିରେ ପଶି ଫସଲ ଖାଇବା ସହ ଦଳାଚକଟା କରି ନଷ୍ଟ କରିଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି

Related Posts

About The Author

Add Comment