ଫଳ ବଜାର ଉପରେ କରୋନା ପ୍ରଭାବ : ଦରରେ ଲଗାମ ନାହିଁ

Spread the love

 ଭୁବନେଶ୍ୱର,୨୫/୦୩ (ସନ୍ଧାନ ନିୟୁଜ) କରୋନାର ପ୍ରଭାବ ଫଳ ବଜାର ଉପରେ ପଡ଼ିଛି । ବିଶେଷକରି ମହାରାଷ୍ଟ୍ର ନାଗପୁରରୁ ଆସୁଥିବା କମଳା ଦର ଦୁଇଦିନରେ ୨୦ ଟଙ୍କା ବଢ଼ିଯାଇଛି । ଗତକାଲି କମଳା ଦଳ ୬୦ ଟଙ୍କା ଥିବା ବ‌େଳେ ଆଜି ଏହା ୮୦ ଛୁଇଁଛି। କରୋନା ପାଇଁ ଏବେ କିଛି ନିର୍ଦିଷ୍ଟ ପରିବା ଓ ଫଳ ଖାଇବା ପାଇଁ ପୁଷ୍ଟି ବିଜ୍ଞାନୀମାନେ ପରାମର୍ଶ ଦେଉଥିବା ବେଳେ ଏହା ମଧ୍ୟରେ କମଳା ମଧ୍ୟ ରହିଛି । ଏ ଦୃଷ୍ଟିରୁ କମଳାର ବିକ୍ରିବଟା ଅଧିକ ହେଉଛି । ଭିଟାମିନ ସି ଯୋଗୁଁ ଏହା ପାଚନ ଶକ୍ତି ବୃଦ୍ଧି କରୁଥିବାରୁ ଲୋକେ ଏହାକୁ ଖାଇବାକୁ ମଧ୍ୟ ପସନ୍ଦ କରୁଛନ୍ତି । ଏମିତି ବି ଲୋକେ ଗୃହବନ୍ଦୀ ହୋଇ ରହୁଥିବାରୁ ପାଚନ ଶକ୍ତି ବଢ଼ାଇବା ପାଇଁ କମଳା ଓ ଅନ୍ୟ ଫଳ କିଣିବା ଉପରେ ଧ୍ୟାନ ଦେଉଛନ୍ତି ।

ଗୋଟେ ପଟେ କମଳାର ବିକ୍ରିବଟା ବେଶି ହେଉଥିବା ବେଳେ ଅନ୍ୟ ପାର୍ଶ୍ବରେ ମହାରାଷ୍ଟ୍ରର ନାଗପୁରରୁ କମ୍‌ ଫଳ ଗାଡ଼ି ଆସୁଥିବାରୁ ‌ମୂଲ୍ୟ ବୃଦ୍ଧି ପାଉଛି ବୋଲି ଶିରିପୁର ଶହେ ଫୁଟିଆ ରୋଡ୍‌ରେ ପସରା ମେଲାଇଥିବା ଫଳ ବ୍ୟବସାୟୀ ବବଲୁ କହିଛନ୍ତି। ତେବେ କେବଳ କମଳା ନୁହେଁ ସେଉ, ଅଙ୍ଗୁରୁ, ନାସପାତି, ଡାଳିମ୍ବ, କଦଳୀ, ପାଚିଲା ଅମୃତଭଣ୍ଡାର ଦର ମଧ୍ୟ ବୃଦ୍ଧି ପାଇଛି। ସେଉର ଦାମ ୧୨୦ରୁ ନେଇ ୧୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରିବଟା ହେଉଛି। ବାସ୍ତବରେ ଭିନ୍ନ ଭିନ୍ନ ଫଳ ଦୋକାନରେ ଅଲଗା ଦର ରହୁଛି। ଆମ୍ରପଲ୍ଲୀ ଆମ୍ବର ଦର ୧୦୦ ଟଙ୍କା ରହିଥିବା ବେଳେ ଅଙ୍ଗୁରୁ ଦର ୧୦୦ ଟଙ୍କାକୁ ବୃଦ୍ଧି ପାଇଛି।

Related Posts

About The Author

Add Comment