ଫଳ ଡାଳ ପତର ଖାଇ ଲଣ୍ଡା କରି ପକାଉଛନ୍ତି ଗଛ

Spread the love

କେନ୍ଦୁଝର, ୩୧/୦୫/୨୦ (ସନ୍ଧାନ ନିଉଜ) : ପଙ୍ଗପାଳ ମାଡିଆସୁଥିବା ଖବରକୁ ନେଇ ସାରା ରାଜ୍ୟର ଚାଷୀମାନଙ୍କୁ ଏକ ଅଜଣା ଆତଙ୍କ ଘାରିଥିବା ବେଳେ କେନ୍ଦୁଝର ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡି ନାହିଁ। କୃଷି ବିଶେଷଜ୍ଞ ଓ ରାଜ୍ୟ ସରକାର ପଙ୍ଗପାଳ ଦଳଙ୍କ ଓଡିଶା ସାମ୍ଭବ୍ୟ ପ୍ରବେଶ ସମୟକୁ ଜୁନ ମାସ ରେ କହିବା ସହ ଚାଷୀମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି ଉଦ୍ୟମ କରୁଛନ୍ତି ବୋଲି କହଛନ୍ତି। ହେଲେ ଏବେ କେନ୍ଦୁଝର ଜିଲ୍ଲାର ବିଭନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି ପଙ୍ଗପାଳ ଭଳି ଦିଶୁଥିବା ଏକ ଝିଟିକା। ଏହି ଝିଟିକା ମାନେ ଡାଳ ପତ୍ର ଖାଇ ଗଛ ସବୁକୁ ଲଣ୍ଡା କରି ପକାଉଛନ୍ତି। ଏହାକୁ ନେଇ ଅନେକ ମତ ବ୍ୟକ୍ତ କରିଛନ୍ତି ଯେ ବିପତ୍ତି ଯେମିତି ଆମ ରାଜ୍ୟର ପିଛା ଛାଡୁନାହାଁ। କେତେବେଳେ ଫନି ତ କେତେବେଳେ କୋରୋନା ଆଉ ତା’ପରେ ଅମ୍ପାନ ଏବଂ ଏବେ ପଙ୍ଗପାଳ ରାଜ୍ୟର ଚାଷୀଙ୍କ ନିଦ ହଜାଇ ଦେଇଛି। ଏବେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲକ୍ଷ ଲକ୍ଷ ସଂଖ୍ୟାର ପଙ୍ଗପାଳ ଭଳି ଦେଖା ଯାଉଥିବା ଝିଣ୍ଟିକା ପଲକୁ ଦେଖି ଚାଷିମାନେ ପଙ୍ଗପାଳ ମନେକରି ପୂରାପୂରି ଛାନିଆ ହୋଇପଡିଛନ୍ତି। କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବାସୁଦେବପୁର, ମଇଦାନକେଲ, ତାଳପଦା, ବାରଖୁଣ୍ଟାରେ ମୁଣିବିଲ ଆଦି ଅନେକ ଗ୍ରାମର ଚାଷୀଙ୍କର ଚାଷ ବିଲ ପାଖ ଜଙ୍ଗଲରେ ସକାଳୁ ସକାଳୁ ଲକ୍ଷ ଲକ୍ଷ ସଂଖ୍ୟାର ପଙ୍ଗପାଳ ଦିଶୁଥିବା ଝିଣ୍ଟିକାମାନେ ଡାଳ ପତ୍ର ଖାଉଥିବା ଦେଖି ସେସବୁକୁ ପଙ୍ଗପାଳ ବୋଲି ମନେକରି ଚାଷୀମାନେ ପୁରା ଛାନିଆ ହୋଇପଡିଛନ୍ତି। କେବଳ ସଦର ବ୍ଳକ ନୁହେଁ ଘଟଗାଁ ବ୍ଳକ ଓ ଝୁମ୍ପୁରା ବ୍ଲକର ଉଖୁଣ୍ଡା ଆଦି ଜିଲ୍ଲାର ଅନେକ ଅଞ୍ଚଳରେ ଏହି ଭଳି ପଙ୍ଗପାଳ ନାମଧାରୀ କୀଟ ଦେଖିବାକୁ ମିଳିଛି। ଯାହା ଚାଷୀଙ୍କ ମଧ୍ୟରେ ଏକ ଅଜଣା ଭୟକୁ ଜନ୍ମ ଦେଇଛି। ନାମ ଗୋପନ ରଖି ଶ୍ରୀ ଶ୍ରୀ ୟୁନଭରସିଟିର ଇଟୋଂମୋନୋଜି ର ଜଣେ ଆସିଷ୍ଟାଟଂ ପ୍ରଫେସର ଙ୍କ କହିବାନୁଶାରେ ଏହି ପଙ୍ଗପାଳ ଦଳ ମ୍ୟୁଖତଃ ଭାବେ ରାଜସ୍ଥାନ ର ମରୁଭୁମି ଅଞ୍ଚଳରେ ରହିଥାଆନ୍ତି। କିନ୍ତୁ ବିଶ୍ୱ ପାଣିପାଗ ବଦଳିବା ଏବଂ ରାଜସ୍ଥାନର ମରୁଭୁମି ଅଞ୍ଚଳରେ ମରୁଭୁମିରେ ଗଛ ଲଗାଯିବା ଦ୍ୱାରା ସଂପୃକ୍ତ ଅଞ୍ଚଳରେ କମିଯିବାରୁ ସେମାନେ ସେ ଅଞ୍ଚଳରୁ ବାହାରି ଆସୁଥିବା ସେ କହିଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଙ୍ଗପାଳ ଭଳି ଦେଖାଯାଉଥିବା କୀଟ ବାସ୍ତବରେ ସେହି ପ୍ରଜାତିର ଏକ ଝିଟିକା। ଏମାନେ କଫି ଗ୍ରାସ ହୋପର (ମକ୍ଟଲଲର ଶକ୍ସବଗ୍ଦଗ୍ଦ ଷକ୍ଟକ୍ଟ୍ରକ୍ଟ୍ରରକ୍ସ) ଏହି ପ୍ରଜାତିର ଝିଟିକା ଜଙ୍ଗଲ ଜାତ ବୃକ୍ଷ ର ଫଳ, ପତ୍ର ଆଦି ଖାଇ ଯାଇଆନ୍ତି ଏବଂ ଏମାନେ କିନ୍ତୁ ଚାଷ ପାଇଁ ବିପଦ ନୁହଁନ୍ତି ବୋଲି ସେ କହିଛନ୍ତି। ଇତି ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଦେଖା ଦେଇଥିବା ଏହି ଝିଟିକାମାନେ ପଣସ, କେନ୍ଦୁ, ନଡିଆ, କଦଳୀ, ଶାଳ ଆଦି ଗଛରେ ବସି ପତ୍ର ଫଳ ଆଦି ସବୁ ଖାଇ ଯାଉଛନ୍ତି। ଯେଉଁଥିପାଇଁ ଚାଷୀ ମାନଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି। ଏବଂ କୃଷି ବିଭାଗର କୌଣସି ଅଧିକାରୀଙ୍କ ପରାମର୍ଶରେ ସେମାନେ ଏବେ କିରୋସିନୀ ପକାଇ ସେହି ଝିଟିକା ମାନଙ୍କୁ ମାରିବାର ପନ୍ଥା ଆପଣାଇଛନ୍ତି।

Related Posts

About The Author

Add Comment