ଫନୀ ବାତ୍ୟା ପାଇଁ ସହଯୋଗର ହାତ ବଢାଇଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେଲେ ନବୀନ

Spread the love

ଭୁବନେଶ୍ୱର, ୧୩/୫ (ସନ୍ଧାନ ନିୟୁଜ): ଫନୀ ବାତ୍ୟା ପାଇଁ ସହଯୋଗର ହାତ ବଢାଇଥିବାରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବାତ୍ୟା ପୂର୍ବରୁ ଓ ପରେ କେନ୍ଦ୍ର ସରକାର ଓଡ଼ିଶାକୁ ଯଥାସମ୍ଭବ ସହାୟତା ଯୋଗାଇଦେଇଥିବାରୁ ଏକ ପତ୍ର ଜରିଆରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ଏହାସହ ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାରମ୍ଭିକ ଭାବେ ୫ ଲକ୍ଷ ସ୍ବତନ୍ତ୍ର ଘର ମଞ୍ଜୁର କରିବାକୁ ଉକ୍ତ ଚିଠିରେ ଦର୍ଶାଯାଇଛି। ଜୁନ ୧୦ ତାରିଖରେ ଓ ମୌସୁମୀ ପ୍ରବାହ ହେବାର ସମ୍ଭାବନା ରହିଛି ଏବଂ ଏହା ପୂର୍ବରୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ଜୁନ ୧ ତାରିଖରୁ ଓ୍ବାର୍କ ଅର୍ଡର ଆରମ୍ଭ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଫନୀ ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାକୁ ୩୪୦.୮୭୫କୋଟି ଆଗୁଆ ସହାୟତା ଘୋଷଣା କରିଥିବାବେଳେ ବାତ୍ୟା ପରେ ମୋଦି ଓଡ଼ିଶା ଗସ୍ତରେ ଆସି ଆଉ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ।

Related Posts

About The Author

Add Comment