ଫନୀରେ କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ସାହାଯ୍ୟ ପାଇଁ ହାତ ବଢାଇଲେ ବୈପାରିଗୁଡା ସରପଞ୍ଚ ସଙ୍ଘ

Spread the love

ବୈପାରିଗୁଡା,,୧୦/୫ (ସନ୍ଧାନ ନିୟୁଜ)- ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କୁ   ସାହାଯ୍ୟ କରିବା ନିମନ୍ତେ ହାତ ବଢାଇଲେ ବୈପାରିଗୁଡା ସରପଞ୍ଚ ସଙ୍ଘ ।କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ରେ ଥିବା ୨୦ଗୋଟି ପଞ୍ଚାୟତ ର ସରପଞ୍ଚ ମାନଙ୍କୁ ନେଇ ସରପଞ୍ଚ ସଙ୍ଘ ଗଠନ କରାଯାଇଛି ।ଏହି ସଙ୍ଘ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ରେ ସହଯୋଗ କରୁଥିବାର ଦେଖିବାକୁ ମିଳିଛି ।ସରପଞ୍ଚ ସଙ୍ଘ ପକ୍ଷରୁ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ଭାଗିରଥି ମୁର୍ଜିଆ ଙ୍କ ନେତୃତ୍ୱରେ ଫନୀ ବାତ୍ୟା କ୍ଷତିଗ୍ରସ୍ତ ଙ୍କୁ ସାହାର୍ଯ୍ୟ ନିମନ୍ତେ ସେମାନଙ୍କ ଗୋଟିଏ ଗୋଟିଏ ମାସର ଦରମା ଟଙ୍କା ଆଦାୟ କରି କୋରାପୁଟ ଜିଲ୍ଲାପାଳ ଙ୍କ ଜରିଆରେ ବୈପାରିଗୁଡା ଜିପିଇଓ ଙ୍କୁ ନଗଦ ୩୭ହଜାର ୬ଶହ ଟଙ୍କା ପ୍ରଦାନ କରିଛନ୍ତି ।ବାତ୍ୟା ବିପନ୍ନ ଙ୍କ ପାଇଁ ସହାୟତା ର ହାତ ବଢାଇଥିବାରୁ ବୈପାରିଗୁଡା ବ୍ଲକବାସୀ ତଥା କୋରାପୁଟ ଜିଲ୍ଲାବାସୀ ସରପଞ୍ଚ ସଙ୍ଘ ଙ୍କୁ ପ୍ରଶଂସା କରିଛନ୍ତି ।ଏହି ସହାୟତା ରାଶି ପ୍ରଦାନ ସମୟରେ ବୈପାରିଗୁଡା ବ୍ଲକ ସରପଞ୍ଚ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ଭାଗିରଥି ମୁର୍ଜିଆ ଙ୍କ ସମେତ ମହୁଲୀ ର ଜାମ୍ବବତୀ ପରଜା,ଚନ୍ଦ୍ରାପଡା ର ଅଭି ନାୟକ,ବୋଦାପୁଟ ର  କୃଷ୍ଣ ଚନ୍ଦ୍ର ବାତ୍ରୀ,ଜି. ମାଝୀଗୁଡା ର ପ୍ରହଲ୍ଲାଦ ପାଙ୍ଗି,ଦଶମନ୍ତପୁର ର ତୁଳାବତୀ ପଡାଲ,କାଠପଡା ର ଚନ୍ଦ୍ର ପରଜା,କୋଲାର ର ପ୍ରଭୁନନ୍ଦ ମୁଦୁଲି,ପୂଜାରୀଗୁଡା ର ଦେବକୀ ପୂଜାରୀ,ଦୋରଗୁଡା ର ବିଜୟ ନାୟକ,ମାଠପଡା ର ପୂର୍ଣ୍ଣିମା ବେର୍ଗିଆ,କେନ୍ଦୁଗୁଡା ର ଅମ୍ବିକା ନାୟକ,ଚେରକା ର ତୁଳସୀ ପୂଜାରୀ,ବାଲିଗାଁ ର ରତନା ନାୟକ,ପେନ୍ଦାପଡା ର ଲଛମା କାକଲପାଡ଼ିଆ,ରାମଗିରି ର ରଘୁନାଥ ପାଙ୍ଗି,ଗୁପ୍ତେଶ୍ଵର ର ବଳରାମ ଖିଲ,ଦଣ୍ଡାବାଡ଼ି ର କମଳୀ ନାୟକ,ଚିପାକୁର ର ଭଗବତୀ ହନ୍ତାଳ,ତେନ୍ତୁଳିଗୁମ୍ମା ର ବୁଦ୍ରା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment