ପୁରୀରେ ସର୍ବାଧିକ କ୍ଷତି, ଭୂବନେଶ୍ୱରରେ ଗଛ ଉପୁଡି ରାସ୍ତା ଅବରୋଧ, ଯାଜପୁରରେ ମଧ୍ୟ ବ୍ୟାପକ ଗଛ ଉପୁଡି ରାସ୍ତାଅବରୋଧ
ଭୁବନେଶ୍ୱର, ୩/୫ (ସନ୍ଧାନ ନିୟୁଜ) ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଫନି ଆଜି ପୁରୀଠାରେ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟରେ ବ୍ୟପକ କ୍ଷୟକ୍ଷତି ହୋଇଥିବାର ଖବର ମିଳିଛି । ପୁରୀରେ ବିଭନ୍ନ ସ୍ଥାନରେ ଗଛ ଉପୁଡି ଏବଂ ବାଙ୍ଗି ଯାଇ ରାସ୍ତା ଅବରୋଧ ହୋଇଛି । ଏପରକି କେତେକ ଚାଳ ଛପର ଓ ଟିଣ ଘର ଉଡାଇନେଇଥିବା ଦେଖିବାକୁ ମିଳିଛି । ଫନି ପାଇଁ ରାସ୍ତା ପୁରୀରେ ୧୦ଫୁଟ ଉଛର ଜୁଆର ରାସ୍ତା ଉପର ପ୍ରର୍ଯ୍ୟନ୍ତ ମାଡି ଆସିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଅଭୂତପୂର୍ବ କ୍ଷତି ହୋଇଥିବା ପରିଲକ୍ଷିତ ହୋଇଛି । ସେହିଭଳି ଗଛ ଭାଙ୍ଗିବା ଫଳରେ ରାସ୍ତା ଅବରୋଧ ହୋଇଛି । କଟକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲାରେ ମଧ୍ୟ ଗଛ ଉପୁଡି ଯାଇଥିବା ବେଳେ ଅନେକ ଚାଳଛପର ଘର ଉଡିଯାଇଛି । ସେହିପରି ଧର୍ମଶାଳା ବ୍ଲକରେ ବିଭିନ୍ନ ଗ୍ରାମରେ ଗଛଡାଳ ଭାଙ୍ଗି ରାସ୍ତା ଉପରେ ପଡିଛି । ଏବେ ଧିରେ ଧିରେ ବାତ୍ୟାର ପ୍ରୋକପ କମିବାରେ ଲାଗିଥିବା ବେଳେ ବର୍ଷା ଲାଗିରହିଛି । ବର୍ଷା ଆହୁରି ୭ରୁ୯ଘଂଟା ଲାଗିରହିବ ବୋଲି ପାଣ୍ିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଫନି ପାଇଁ ରଜ୍ୟ ସରକାରଙ୍କ ପକ୍ଷରୁ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ଧର୍ମଶାଳା ବ୍ଲକରେ ସମସ୍ତ ପଂଚାୟତରେ ଲୋକମାନଙ୍କ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ମାନଙ୍କୁ ନିଆଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ବଡଚଣା ଏବଂ ଧର୍ମଶାଳା ବ୍ଲକର ବାତ୍ୟା ଆଶ୍ରୟସ୍ଥଳକୁ ଆରଡିସି ଅନୀଲ କୁମାର ସାମଲ ଏବଂ ଜିଲ୍ଲାପାଳ ରଂଜନ କୁମାର ଦାଶ ପରଦର୍ଶନ କରି ତଦାରକ କରିଛନ୍ତି । ତେବେ ଏଥିରେ କୌଣସି ଲୋକଙ୍କ ମୃତ ହୋଇଥିବା ସୂଚନା ମିଳିନଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିବା ସହିତ ନୟାଗଡରେ କାନ୍ଥପଡି ଜଣେ ଯୁବତୀ ମୃତୁ୍ୟ ବରଣ କରିଥିବା ଜଣାପଡିଛି । ଯାଜପୁରରେ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାକୁ ଦୃଷ୍ଟି ଦେଇ ୬୦ ହଜାରରୁ ଉର୍ଦ୍ଧଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । କଟକ ଷ୍ଟେସନ ଏବଂ ଖୋର୍ଦ୍ଧା ଭୁବନେଶ୍ୱର ଷ୍ଟେସନରେ ମଧ୍ୟ କ୍ଷତି ହୋଇଛି । ଏପରକି ଅନେକ ସ୍ଥାନରେ ବିଦୁ୍ୟତ ଖୁଂଟ ଉପୁଡି ପଡିଛି । ବାତ୍ୟା ପାଇଁ ଅନେକ ଜିଲ୍ଲାରେ ବିଦୁ୍ୟତ କାଟ କରାଯାଇଛି । ବାତ୍ୟା ପାଇଁ ପ୍ରଶାସନ ପୁରା ସଜାଗ ରହିଥିବା ବେଳେ ଥଇଥାନ, ଉଦ୍ଧାର ଏବଂ ରାସ୍ତା ଅବରୋଧ କାର୍ଯ୍ୟ କରାଯାଉଛି ।
Report- Manas Kumar Rout
https://www.youtube.com/watch?v=suvFM_vTbU8