ଫନି ବିପନ୍ନଙ୍କ ପାଇଁ ଜେଏନୟୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହାୟତା ରାଶି ସଂଗ୍ରହ

Spread the love

ଭୁବନେଶ୍ୱର, ୭/୫ (ସନ୍ଧାନ ନିୟୁଜ/ମାନସ ରାଉତ) ଜେଏନୟୁର ଓଡ଼ିଆ ଛାତ୍ରଛାତ୍ରୀମାନେ ଦିଲ୍ଲୀର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଫନି ବିପନ୍ନଙ୍କ ପାଇଁ ସେମାନଙ୍କ ଅନୁଷ୍ଠାନରୁ ମଧ୍ୟ ସହାୟତା ରାଶି ସଂଗ୍ରହ କରିବା ପାଇଁ ଅପିଲ କରିଛନ୍ତି। ରାଜ୍ୟର ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତେ ଏକତ୍ରିତ ହୋଇ ସହାୟତାର ହାତ ବଢ଼ାଇବା ପାଇଁ ଓଡ଼ିଆ ଛାତ୍ରଛାତ୍ରୀମାନେ ଏକ ବାର୍ତ୍ତା ପ୍ରଦାନ କରିବା ସହିତ ଗତ ତିନ ଭିତରେ ସେମାନଙ୍କ ଦ୍ଵାରା ପାଖାପାଖି ୩ଲକ୍ଷ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।  ଦିନେ ଦୁଇଦିନ ମଧ୍ୟରେ  ହେଵାପରେ ସଂଗୃହୀତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ପାଇଁ ସ୍ଥାନୀୟ ପ୍ରମୁଖ ଆବାସିକ କମିସନଙ୍କୁ ହସ୍ତଗତ କରାଯିବ ।  ଆବାହକ ଗାର୍ଗୀ ସାହୁ,ସମ୍ରିତା ଦାସ, ଅଜୟ ସାମନ୍ତରାୟ, ଅଜିତ ଲେଙ୍କା, ତନୁଶ୍ରୀ ପାତ୍ର, ଭାଗ୍ୟଧର ସେଠୀ, ବିଜୟିନୀ ମିଶ୍ର, ଅନ୍ନପୂର୍ଣ୍ଣା ଦାସ,  ସୁବାଷ ସେଠୀ, ଦେବଦତ୍ତ ମହାକୁଡ଼, ଦିବାକର ବେହେରା,ଦୀପକ ସେଠୀ, ଚନ୍ଦନ ପାଣିଗ୍ରାହୀ, ଦୂଲଭ ସାହୁ, କିର୍ତ୍ତିମୟୀ ରାଉତରାୟ, ସଚିଦାନନ୍ଦ ନାୟକ, ଭାଗଶ୍ରୀ ରଥ
, ଦିବ୍ୟ ନାଗ, ଆଦାଶ୍ୟା ପାତ୍ର, ଜାଗୃତି ମହାରଣା, ସୁମିତ୍ରା ସାହୁ, ସୁମନ୍ତ ସାହୁ, ଆଦାଶ୍ୟା ସେଠୀ, ଭାଗ୍ୟଲକ୍ଷ୍ମୀ ପାତ୍ର, ମିଲି ସାହୁ, ନିଲୁ, ବାତ୍ୟା ‘ଫନି’ ଦ୍ଵାରା ପ୍ରଭାବିତ ଅଞ୍ଚଳକୁ ହାତ ବଢାଇବା ପାଇଁ ଜେଏନୟୁର ଓଡ଼ିଆ ଛାତ୍ରଛାତ୍ରୀମାନେ ଅଣ୍ଟା ଭିଡ଼ିଛନ୍ତି। ଛାତ୍ରାଛାତ୍ରୀମାନେ ଗୋଟିଏ ଗୋଷ୍ଠୀ ଗଠନ କରି କ୍ୟାମ୍ପସ ଭିତରେ ବୁଲି ବୁଲି ସହାୟତା ରାଶି ସଂଗ୍ରହ କରୁଛନ୍ତି।

 

Related Posts

About The Author

Add Comment