ଫନିର ପ୍ରାକ୍ ପ୍ରଭାବ: ଖୁଚୁରା ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି

Spread the love

ଭୁବନେଶ୍ବର,୨/୫ (ସନ୍ଧାନ ନିୟୁଜ): ଆସନ୍ତା ୨ତାରିଖରେ ଓଡ଼ିଶା‌କୁ ଛୁଇଁବାକୁ ଥିବା ବାତ୍ୟା ଫନିର ପ୍ରାକ୍ ପ୍ରଭାବ ଆଜି ରାଜଧାନୀରେ ଦେଖିବାକୁ ମିଳିଛି। ଖୁଚୁରା ବଜାରରେ ଆଳୁ ପିଆଜ ଭଳି କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଘଟିଛି। ଆଜି ସନ୍ଧ୍ୟାରୁ ଖାଉଟିମାନେ ଆବଶ୍ୟକତାରୁ ଅଧିକ ଦ୍ରବ୍ୟ କିଣିବା ଫଳରେ ବେପାରୀମାନେ ଏହାର ଫାଇଦା ଉଠାଇଛନ୍ତି। ଗ୍ରାହକମାନେ ବି ଦରବୃଦ୍ଧିକୁ ଖାତିର ନକରି ଅଧିକ ପରିମାଣର ଦ୍ରବ୍ୟ କିଣି ଘରେ ମହଜୁଦ୍ କରିବାରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ରାଜଧାନୀର କିଛି ଖୁଚୁରା ବଜାରରେ ଆଳୁ କିଲୋ ୧୮ ଟଙ୍କାରେ ବିକ୍ରି ହୋଇଛି। ଖୁଚୁର ବଜାର ମୂଲ୍ୟ ୧୫ ଟଙ୍କା ଥିବାବେଳେ ଲୋକେ ଅଧିକ ପରିମାଣର କିଣିବାକୁ ଇଚ୍ଛା କରୁଥିବା ଦେଖି ବେପାରୀମାନେ ମନଇଚ୍ଛା ଦର ବଢ଼ାଇ ବିକିଥିବା ଦେଖିବାକୁ ମିଳିଛି। ସେହିଭଳି ସାଧାରଣରେ ପିଆଜ କିଲୋ ୧୪/୧୫ ଟଙ୍କା ଥିବାବେଳେ କିଛି ଖୁଚୁରା ବଜାରରେ କିଲୋ ୨୦ ଟଙ୍କା ଟିପିଥିବା ଜଣାପଡ଼ିଛି। ଅନୁରୂପଭାବେ ପରିବା ଦର ମଧ୍ୟ ବଢ଼ାଇ ଦିଆଯାଇଥିବା କୁହାଯାଉଛି। ଯେଉଁ ‌ପୋଟଳ ସକାଳେ କିଲୋ ୫୦ ଟଙ୍କାରେ ବିକ୍ରି ହେଉଥିଲା, ଅପରାହ୍‌ଣ ଓ ସନ୍ଧ୍ୟାରେ ତାହା ୭୦ ଟଙ୍କାରେ ପହଞ୍ଚି ଯାଇଛି। ସେହିଭଳି ପ୍ରାୟ ସବୁ ସବୁଜ ପରିବା ଦର କିଲୋ ପିଛା ୧୦ ଟଙ୍କାରୁ ୧୫ ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ ଦର‌ରେ ବିକ୍ରି ହୋଇଥିବା ଜଣାପଡ଼ିଛି। ତେବେ ତେଜରାତି ସାମଗ୍ରୀରେ ସେଭଳି କିଛି ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳିଛି

Related Posts

About The Author

Add Comment