ପ୍ଲାଷ୍ଟିକ୍‌ ଓ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉପରେ କରୋନା ଭାଇରସ୍‌ ଦୁଇ ତିନିଦିନ ବଞ୍ଚି ରହେ

Spread the love

ନୂଆଦିଲ୍ଲୀ,  ୧୮/୩/୨୦ (ସନ୍ଧାନ ନିଉଜ) : ବିଶ୍ଵରେ ଆତଙ୍କ ସୃଷ୍ଟିକାରୀ କରୋନା ଭାଇରସ୍‌ ବାୟୁ ଓ କେତେକ ଜିନିଷପତ୍ର ଉପରେ କିଛି ସମୟ ବଞ୍ଚି ରହେ। ଆମେରିକୀୟ ସରକାରଙ୍କ ଆର୍ଥିକ ସହାୟତାରେ ଚାଲିଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି।

ବୈଜ୍ଞାନିକମାନେ ଅଧ୍ୟୟନରୁ ଜାଣିପାରିଛନ୍ତି ‘ସାର୍ସ’ ଭାଇରସ୍‌ ପରି ‘କୋଭିଡ୍‌-୧୯’ ମଣିଷ ଶରୀର ବାହାରେ କିଛି ସମୟ ବଞ୍ଚି ରହିପାରେ। ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ, ଲସ୍‌ ଏଞ୍ଜେଲସ୍‌ ଓ ପ୍ରିନ୍‌ସେନ୍‌ଟନ୍‌ର ‘ସେଣ୍ଟର୍‌ସ୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ‘ନିୟୁ ଇଂଲଣ୍ଡ୍‌ ଜର୍ଣ୍ଣାଲ୍‌ ଅଫ୍‌ ମେଡିସିନ୍‌’ରେ ପ୍ରକାଶ ପାଇଛି। କୁହାଯାଇଛି ପ୍ଲାଷ୍ଟିକ୍‌ ଓ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉପରେ କରୋନାଭାଇରସ୍‌ ଦୁଇ ତିନି ଦିନଯାଏଁ ରହି ପାରୁଥିବା ବେଳେ କାର୍ଡବୋର୍ଡ ଉପରେ ୨୪ ଘଣ୍ଟା ରହିପାରିବ।

କାଶ ଓ ଛିଙ୍କ ଦ୍ୱାରା ବାୟୁମଣ୍ଡଳକୁ ଯାଉଥିବା କରୋନାଭାଇରସ୍‌ ତିନି ଘଣ୍ଟା ପାଇଁ ବାୟୁରେ ରହିପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏକ ନେବୁଲାଇଜର୍‌ ଯୋଗେ ଅଧ୍ୟୟନକାରୀମାନେ ଏହି ତଥ୍ୟ ସଂଗ୍ରହ କରିଛନ୍ତି। କିନ୍ତୁ ଭାଇରସ୍‌ ବାୟୁରେ ତିନି ଘଣ୍ଟା ଧରି ରହିବା ଅତିରଞ୍ଜିତ କହି କେତେକ ବୈଜ୍ଞାନିକ ସମାଲୋଚନା କରିଛନ୍ତି। ସେମାନଙ୍କ ଯୁକ୍ତି ଶ୍ୱାସପ୍ରଶ୍ୱାସରୁ ବାହାରୁ ଥିବା ତରଳ କଣିକାରେ ସାଧାରଣତଃ ଭୂତାଣୁ ସଂକ୍ରମଣ ହୁଏ। ଛିଙ୍କ ବା କାଶ ସମୟରେ ଏହା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରୁ ବାହାରକୁ ଆସି ମାତ୍ର ଅଳ୍ପ କେତେ ସେକେଣ୍ଡ୍‌ ବଞ୍ଚି ରହିଥାଏ।

Related Posts

About The Author

Add Comment