ବାରିପଦା ୦୭/୦୮/୨୦୨୦ (ସନ୍ଧାନ ନିଉଜ) – ସମଗ୍ର ଓଡ଼ିଶାରେ ପ୍ଲାଜମା ଥେରାପିକୁ ଏକ ଆନ୍ଦୋଳନ ଭାବେ ଗ୍ରହଣ କରାଯାଇଥିବା କୋଭିଡ ପରିଚାଳନା ପାଇଁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରେ ଥିବା ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି । ପ୍ଲାଜମା ଦାନ କରନ୍ତୁ ଏବଂ ଲୋକଙ୍କ ଜୀବନକୁ ରକ୍ଷା କରନ୍ତୁ ଏହା ଆଜି ଦିନର ଆହ୍ବାନ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ କୋଭିଡ-୧୯ ରୁ ମୁକ୍ତ ହୋଇଥିବା ଯୋଗ୍ୟ ପ୍ରାୟ ୩ ଶହ ଜଣଙ୍କ ମଧ୍ୟରୁ ଦେଢ ଶହ ଜଣ ରକ୍ତଦାନ କରିବା ପାଇଁ ସମ୍ମତି ପ୍ରଦାନ କରିସାରିଲେଣି । ଏଣୁ ଆଗାମୀ ୭ ଦିନ ମଧ୍ୟରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କଠାରୁ ଶୃ ତପ୍ରତିଶତ ରକ୍ତଦାନ ପାଇଁ ସମ୍ମତି ନେବାର ଲକ୍ଷ୍ୟ ପୂରଣ କରିବାକୁ ମନ୍ତ୍ରୀ ଶ୍ରୀଜେନା ଆଶାପ୍ରକଟ କରିଛନ୍ତି ।
ମୟୁରଭଞ୍ଜ ଜିଲ୍ଲାରେ ଏପର୍ଯ୍ୟନ୍ତ ୪୬୫ ଜଣ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରି ସାରିଲେଣି । କିନ୍ତୁ ଆରୋଗ୍ୟ ଲାଭ କରିଥିବା ସମସ୍ତଙ୍କ ଦ୍ବାରା ପ୍ଲାଜମା ଦେବା ସମ୍ଭବ ନୁହେଁ । କାରଣ ୧୮ ବର୍ଷରୁ ୬୦ ବର୍ଷ ଭିତରେ ମଧୁମେହ କିମ୍ବା କୌଣସି ଜଟିଳ ରୋଗରେ ଆକ୍ରାନ୍ତ ହୋଇ ନ ଥିବା ଦରକାର । ସମୀକ୍ଷା ଅନୁଯାୟୀ ଆରୋଗ୍ୟ ଲାଭ କରିଥିବା ୪୬୫ ଜଣଙ୍କ ମଧ୍ୟରୁ ପ୍ରାୟ ୩ ଶହ ଜଣ ପ୍ଲାଜମା ଦାନ କରିବା ଯୋଗ୍ୟ ଅଟନ୍ତି । ପ୍ଲାଜମା ଚିକିତ୍ସା ଦ୍ବାରା କୋଭିଡ-୧୯ର ଗୁରୁତର ରୋଗୀଙ୍କୁ ରୋଗମୁକ୍ତ କରାଯାଇ ପାରିବ । କାରଣ ଏପର୍ଯ୍ୟନ୍ତ କୋଭିଡ-୧୯ ପାଇଁ କୌଣସି ଔଷଧ କିମ୍ବା ଟୀକା ବାହାରି ନ ଥିବାରୁ କେବଳ ପ୍ଲାଜମା ଥେରାପି ଦ୍ବାରା ହିଁ ସଫଳ ଚିକିତ୍ସା ସମ୍ଭବ ହୋଇପାରୁଛି ।
ଏହି ରୋଗରେ ଓଡ଼ିଶାରେ ଯେପରି କେହି ମୃତ୍ୟୁବରଣ ନ କରନ୍ତି ତଥା ମୃତ୍ୟୁହାରକୁ ହ୍ରାସ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତିତ ରହିଥିବା ମନ୍ତ୍ରୀ ଶ୍ରୀଜେନା ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ଲାଜମା ପାଇଁ ରକ୍ତଦାନ କରିବା ସକାଶେ ଅ ଧିକରୁ ଅ ଧୁକ ଉତ୍ସାହିତ କରିବା ସକାଶେ ସମଗ୍ର ଓଡିଶାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ-୧୯ ମୁକ୍ତ ଆରୋଗ୍ୟ ବ୍ୟକ୍ତିଙ୍କ ରକ୍ତରୁ ହିଁ ପ୍ଲାଜମା ବାହାରି ପ୍ଲାଜମା ଥେରାପି ଯୋଗୁଁ ସଂକଟାପନ୍ନ ରୋଗୀଙ୍କ ସଫଳତା ଚିକିତ୍ସା ସହ ଆରୋଗ୍ୟ ଲାଭ କରି ପାରୁଛନ୍ତି । । ପ୍ଲାଜମା ଦାନ ପାଇଁ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କୁ ଅଧୁକରୁ ଅଧୁକ ଉତ୍ସାହିତ କରିବା ସକାଶେ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରେ ଥିବା ମନ୍ତ୍ରୀ ଶ୍ରୀଜେନା ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଜି ଲା ପ୍ରଶାସନ ସହିତ ମୟୁରଭଞ୍ଜ ଜିଲ୍ଲାରେ କୋଭିଡ-୧୯ର ସଠିକଭାବେ ପରିଚାଳନା, ପୀଡିତଙ୍କ ପାଇଁ ଠିକ୍ଭାବେ ଚାଲିଥିବା ଚିକିତ୍ସା ପଦ୍ଧତି ଏବଂ କୋଭିଡ। ୧୯ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ଦ୍ବାରା ପ୍ଲାଜମା ଦାନ ସଂପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିବା ସାମ୍ବାଦିକଙ୍କୁ ଦର୍ଶାଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ
ରାଜକିଶୋର ଦାସ, ମୟୂରଭଞ୍ଜ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡା. ଦେବାଶିଷ ମାଣ୍ଡି ପ୍ରମୁଖ ମନ୍ତ୍ରୀ ଶ୍ରୀଜେନାଙ୍କ ସହ ମଞ୍ଚାସୀନ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଜଣେ କୋଭିଡ ଆକ୍ରାନ୍ତ ସୁସ୍ଥ ହେବାର ଚାରି ସପ୍ତାହ ପରେ ପ୍ଲାଜମା ଦାନ କରି ପାରିବେ । ଜଣେ ବ୍ୟକ୍ତି ଚାହିଁଲେ ଗୋଟିଏ ସପ୍ତାହରେ ଦୁଇ ଥର ପ୍ଲାଜମା ଦାନ କରି ପାରିବେ । ଗୋଟିଏ ୟୁନିଟ୍ ପ୍ଲାଜମାରେ ଦୁଇ ଜଣ କରୋନା ରୋଗୀଙ୍କ ଚିକିତ୍ସା କରାଯାଇ ପାରିବ। ଏଣୁ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଚିକିତ୍ସାର ମହତ୍ଵପୂର୍ଣ୍ଣ ଭୂମିକା ଦୃଷ୍ଟିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶାର ବିଭିନ୍ନ ଜିଲ୍ଲା – ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ବ ଦିଆଯାଇଛି ।