ଚଣ୍ଡିଖୋଲ, ୦୨/୧୦ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ କୋବିଡି ନିୟମ ଅନୁଯାୟୀ ନିରାଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ପ୍ରୟାସ ଅନୁଷ୍ଠାନର ସଭାପତି ଆଶିଷ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଶିବରାମ ସାହୁ, ସମ୍ପାଦକ ଭାରତ ଭୂଷଣ ପଣ୍ଡା, ବରିଷ୍ଠ ସଭ୍ୟ ହେମଶ ଜେନା, ଗବେଷକ ମାନସ କୁମାର ରାଉତ, ଶିକ୍ଷକ କିଶୋର ସେଠୀ, ସୁରେନ୍ଦ୍ର ସାମଲ, ଦିଲ୍ଲିପ କୁମାର ସାହୁ, ବିଶ୍ୱ ରଂଜନ ସ୍ୱାଇଁ, ବସନ୍ତ ପଲେଇ, ସୁଶାନ୍ତ କୁମାର ନାୟକ, ମକରଧ୍ୱଜ ଦାସ, ସୁରେଶ ଖଣ୍ଡାଇ ପ୍ରମୁଖ ସଭ୍ୟ ମାନେ ଉପସ୍ଥିତ ରହି ଗାନ୍ଧୀ ଶାସ୍ତ୍ରୀଙ୍କ ଉପରେ ଆଲୋଚନା କରିବା ସହିତ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ନୀତି ଆର୍ଦଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଗାନ୍ଧୀ ନିଜର ଜୀବନ କାଳ ମଧ୍ୟରେ ଅହିଂସା ଏବଂ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଉଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ସ୍ୱଚ୍ଛାତା କାର୍ଯ୍ୟ କରିବା ଏବଂ ତାଙ୍କର ନୀତି ଆଦର୍ଶରେ ଚାଲିବା ପାଇଁ ଶପଥ ନେଇଥିଲେ । ପ୍ରାରମ୍ଭରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଗାନ୍ଦୀଙ୍କ ପ୍ରିୟ ସଂଗୀତ ରଘୁପତି ରାଘବ ରାଜ ରାମ ଗାନ କରାଯାଇଥିଲା । ସହିତ ଶରୀର ଅଙ୍ଗଦାନ କରି ସମାଜପାଇଁ ଉଦାହରଣ ସାଜିଥିବା ଶିକ୍ଷୟତ୍ରୀ ବିଣାପାଣି ସେଠୀଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୟୀ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
‘ପ୍ରୟାସ’ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
|
October 2, 2020 |