ଚଣ୍ଡିଖୋଲ, ୨୧/୬ (ସନ୍ଧାନ ନିୟୁଜ) ଯାଜପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ପ୍ରୟାସ ପକ୍ଷରୁ ଆନ୍ତଜାର୍ତୀୟ ଯୋଗ ଦିବସ ଚଣ୍ଡିମନ୍ଦିର ନିକଟସ୍ଥ ମହାବିନାୟକ ବିଦ୍ୟାୟନ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଉପସ୍ଥିତ କର୍ମକର୍ତ୍ତା ମାନେ ଯୋଗ ପ୍ରାଣାୟମ କରିବା ସହିତ ସମସ୍ତ ମନୁଷ୍ୟ ମାନେ ଯୋଗକୁ ନିଜର ପକୃତ ଓøଷଧ୍ୟ ଭାବେ ବିଚାର କରି ପ୍ରତ୍ୟକ ଦିନ ଯୋଗ ପ୍ରାଣୟମ କରିବା ଉଚ୍ଚିତ ବୋଲି ମତଦେଇଥିଲେ । ଏହାଦ୍ୱାରା ଅଧିକାଂଶ ରୋଗ ଦୂର ହେବା ସହିତ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବ ବୋଲି ସମସ୍ତେ ମତପକ୍ରାଶ କରିଥିଲେ । ଏହାକୁ ଭାରତ ଭୂଷଣ ପଣ୍ଡା, ମକରଧ୍ୱଜ ଦାସ, ପ୍ରତାପ ଗୋଚ୍ଛାୟତ, ବସନ୍ତ ପଲେଇ,ଭବତୋଷ ବିଶ୍ୱାଳ, ମୋହନ ମହାରଣା, ଦେବାଶିଷ ମହାପାତ୍ର, ବିଶ୍ୱରଂଜନ ସ୍ୱାଇ, ପ୍ରମୁଖ ଯୋଗଭ୍ୟାସ କରିବା ସହିତ ଆନ୍ତଜାତୀୟ ଯୋଗଦିବସ ପାଳନ କରିଥିଲେ ।
ପ୍ରୟାସ ପକ୍ଷରୁ ଆନ୍ତଜାର୍ତୀୟ ଯୋଗ ଦିବସ ପାଳିତ
|
June 21, 2020 |
