ଚଣ୍ଡିଖୋଲ, ୮/୩ (ସନ୍ଧାନ ନିୟୁଜ)-ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଆଜି ନୂଆ ସୁଙ୍ଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ବାରଟି ସ୍ୱୟଂସହାୟିକା ଗୋଷ୍ଠିର ମହିଳା ମାନଙଯକୁ ନେଇ ବିଶ୍ୱ ମହିଲା ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରୟାସର ସଂପାଦକ ଭାରତ ଭୁଷଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ନାରାୟଣ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ, ମୁଖ୍ୟବକ୍ତା ଭାବେ ଯୋଗଦେଇ ମା ମାନେ ପରିବାର, ସମାଜ ଓ ସର୍ବୋପରି ଦେଶ ପ୍ରଗତିର ଚାବିାକଠି ବୋଲି ମତବ୍ୟକ୍ତ କରିଥିଲେ । ମା ଭଗବତୀ, ମାତୃଶକ୍ତି,ଲକ୍ଷ୍ମୀନାରାୟଣ, ମା ସନ୍ତୋଷୀ, ତ୍ରିଶକ୍ତି, ମା ବିରଜା, ମା ଶାରଳା, ସାରଥି, ମା ଘଟଗାଁ ବାସିନୀ, ସାଇରାମ, ବସୁଧା ଆଦି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦା କରି ମହିଳା ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ମହିଳା ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସେନାପତି, ଗାୟତ୍ରୀ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁରେନ୍ଦ୍ର ସାମଲ, ହେମେଶ ଜେନା, ପ୍ରୟାସର ବସନ୍ତ କୁମାର ପଲେଇ, ଶୁଶାନ୍ତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଗୋଲାପ ସ୍ୱାଇଁ, ଶଶିରେଖା ନାୟକ ଓ ମହିଳା ସଂଘର ମହିଳା ମାନେ ଏଥିରେ ସହଯାଗ କରିଥିଲେ । ଶେଷରେ ପ୍ରୟାସର ଉପ ସଭାପତି ପ୍ରତାପ ଗୋଛାୟତ ଧନ୍ୟବାଦ ଦେଇଥିଲେ ।
ପ୍ରୟାସ ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
|
March 8, 2019 |
![](https://sandhannews.com/wp-content/uploads/2019/03/IMG-20190308-WA0071.jpg)