ପ୍ରୟାଗରାଜ: ଗିନିଜ ଓ୍ଵାଲର୍ଡ ରେକର୍ଡ ପାଇଁ ଏକାଠି ଚାଲିଲା ୫୦୦ବସ୍‌

Spread the love

ପ୍ରୟାଗରାଜ, ୨୮/୨(ସନ୍ଧାନ ନିୟୁଜ) : ପ୍ରୟାଗରାଜରେ ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (ୟୁପିଏସ୍‌ଆର୍‌ଟିସି) ଏକାଠି ୫୦୦ବସ୍‌ ଚଳାଇ ଗିନିଜ ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ପାଇବାକୁ ପ୍ରସ୍ତୁତି କରୁଛି। ଉତ୍ତରପ୍ରଦେଶ ରୋଡେଓ୍ଵଜର ୫୦୦ବସ୍‌କୁ ଗିନିଜ ଓ୍ଵାଲର୍ଡ ବୁକ୍‌ରେ ନାମିତ କରିବା ପାଇଁ ପରିବହନ ବିଭାଗର ମୁଖ୍ୟ ଆରାଧନା ଶୁକ୍ଳା ଗୁୁୁରୁବାର ସବୁଜ ସଙ୍କେତ ଦେଇ ଏକାଠି ୫୦୦ବସ୍‌ ଯାତ୍ରାକୁ ଆରମ୍ଭ କରାଇଥିଲେ। ଏହି ବସ୍‌ଗୁଡ଼ିକ ମଧ୍ୟରେ ଦୂରତା ୧୦-୧୦ ମିଟର ରଖାଯାଇଥିଲା। ଏକାଠି ଓ ସମାନ ପଥରେ ୫୦୦ ବସ୍‌ ଚାଲିବା ବିଶ୍ୱରେ ଏହା ପ୍ରଥମ ଘଟଣା।

ବିଶ୍ୱର ସବୁଠାରୁ ଏହି ବିଶାଳ ବସ୍‌ ଶୃଙ୍ଖଳା ଏକାଠି ଚାଲି ସବୁଠାରୁ ଅଧିକ ଦୂରତା ଅତିକ୍ରମ କରିବେ। ବସ୍‌ଗୁଡ଼ିକର ଧାଡ଼ି ୯କିମି ପର୍ଯ୍ୟନ୍ତ ଲମ୍ବିଛି। ଏକାଠି ୫୦୦ବସ୍‌ ୧୨କିମି ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବାର ଯୋଜନା ରହିଛି। ୧୯ନମ୍ବର ଜାତୀୟ ରାଜପଥରେ ସହସୋନ ଟୋଲରୁ ନଓ୍ଵାବଙ୍ଗଞ୍ଜ ଟୋଲ ପ୍ଲାଜା ପର୍ଯ୍ୟନ୍ତ ୮.୭୦ କିମି ଦୂରତାରେ ବସ୍‌ ଶୃଙ୍ଖଳା ଛିଡା ହୋଇଥିଲା। ପରିବହନ ନିଗମ ପକ୍ଷରୁ ଏହି ବସ୍‌କୁ କୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ପାଇଁ ଚାଲୁ କରାଯାଇଥିଲା। ଗୋରୁଆ ରଙ୍ଗର ଏହି ବସ୍‌ ଚାଳକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଅଯାଇଥିଲା।

ଟୁଇଟରରେ କୁମ୍ଭର ଅଫିସିଆଲ ପେଜ୍‌ରେ ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ୫୦୦ବସ୍‌ର ପରେଡ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଆବୁଧାବିରେ ଏକାଠି ୩୯୦ବସ୍‌ ସମାନ ପଥରେ ଚାଲି ରେକର୍ଡ କରିଥିଲା।

Related Posts

About The Author

Add Comment