ପ୍ରୋସାହନ ଦେଉଛି କି ଜିଲା ପ୍ରଶାସନ

Spread the love

ବାଲେଶ୍ଵର, 10.12.2020 ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା: ବାଲେଶ୍ବର ପୌର ପରିଷଦ ଏବେ ଜିଲା ପ୍ରଶାସନରେ ଅଧୀନରେ କାର୍ଯ୍ୟ କରୁଛି ପୌର ପରିଷଦରେ ଉନ୍ନୟନ ମୂଳକ କାର୍ଯ୍ୟରେ ସେଭଳି କିଛି ବିକାଶ ଘଟୁ ନଥିଲା ବେଳେ କିଛି କର୍ମଚାରୀଙ୍କର ବ୍ୟକ୍ତିଗତ ବିକାଶ ଦ୍ରୁତ ବେଗରେ ହେଉଛି । ସେ ବିକାଶରେ ବିରାମ ଦେବାକୁ ରାଜ୍ୟର ସଚିବ ଚେଷ୍ଟା କରିଥିଲେ ଏହି କରିତକର୍ମା ଅଫିସରମାନେ ସଚିବଙ୍କୁ ମଧ୍ୟ ଭୁଆଁ ବୁଲାଇ ଦେଉଛନ୍ତି । ଏହାର ଉଜ୍ବଳ ଉଦାହରଣ ହେଉଛନ୍ତି ପୌର ପରିଷଦର ସହକାରୀ କିରାଣୀ ଦିଲୀପ କୁମାର ପାଣି ୨୩ ବର୍ଷ ସେ ବାଲେଶ୍ୱର ପୌର ପରିଷଦରେ କାର୍ଯ୍ୟ କରି ସାରିଲେଣି ଏହାରି ଭିତରେ ଦୁଇଥର ଭିଜିଲାନ୍ସରେ ଧରାପଡ଼ିଛନ୍ତି ଓ ଦୁଇଥର ନିଲମ୍ବିତ ମଧ୍ୟ ହୋଇଛନ୍ତି । ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଭୁବନେଶ୍ବର ବଦଳି କରାଯାଇଥିଲା ହେଲେ ସେ ନିଜର ଅଭୁତ କାରସାଦି ବଳରେ ସଚିବଙ୍କ ନିର୍ଦ୍ଦେଶକୁ ବି ପବନ କରି ଦେଇଛନ୍ତି । ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ପ୍ରିନ୍ସପାଲସେକ୍ରେଟାରୀଙ୍କର ଚିଠି ନଂ ୧୬୬୫୧/୨୭ ୧୦.୨୦୨୦ ମୂଳେ ବଦଳି ନିର୍ଦ୍ଦେଶ ଦେଇ ପରିଷଦ ଅନ୍ୟ କର୍ମଚାରୀଙ୍କର ବଦଳି ହେଉଥିଲେ ତାଙ୍କ ବଦଳିହେଉ ନାହିଁ । ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟର ବଡ଼ବଡ଼ ମନ୍ତ୍ରୀମାନଙ୍କୁ ମଧ୍ୟ ପକେଟରେ ରଖୁଥିବା କୁହାଯାଉଛି । ହେଲେ ଏହାକୁ ନେଇ ପୌର ପରିଷଦର ଅନ୍ୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ୨୦୦୯ ମସିହାରେ ଅନୁପ ଦାସଙ୍କସମୟରେ ପୌର ପରିଷଦରେ ସୁବର୍ଣ୍ଣ ଜୟନ୍ତୀ ସହରୀ ରୋଜଗାର ଯୋଜନା’ ରେ ଲୋକଙ୍କ ନାଁରେ ଜାଲିଆତି କରି ଅର୍ଥ ହେରଫେର କରିବା ଅଭିଯୋଗ ହୋଇଥିଲା ବେଳେ ସେତେବେଳେ କାର୍ଯ୍ୟରୁ ବି ନିଲମ୍ବିତ ହୋଇଥିଲେ ପୁଣି ୨୦୧୩ ଅକ୍ଟୋବରରେ ଫାଇଲିନ ପାଇଁ ଆସିଥବା ରିଲିଫ ହେରଫେର କରିବା ଅଭିଯୋଗରେ ମଧ୍ୟ ସେ ବୁ ନିଲମ୍ବିତ ହୋଇଥିଲେ । ପୁଣି ଭିଜିଲାନ୍ସରେ ଦୁଇ ଥର ଧରାପଡ଼ିଛନ୍ତି ୧ ଅକ୍ଟୋବର ମାସରେ ତାଙ୍କର ବଦଳି ହୋଇଥିଲେ ବି ଜିଲ୍ଲା ପ୍ରଶାସନ ଏଯାଏ ତା ଙ୍କୁ ରିଲିଭ କରୁ ନାହିଁ ଚଳିତ ବର୍ଷ ମାର୍ଚ୍ଚ ମାସରେଥିଲେ ହେଲେ ଏଯାଏ ତାଙ୍କୁ ରିଲିଭ କରି ନାହାନ୍ତି ଜିଲାପାଳ କି ଉପ ଜିଲାପାଳ ଅନ୍ୟ ପକ୍ଷରେ ଏହାରି ମଧ୍ୟରେ ପୌର  ଟେଣ୍ଡର ଗା ଇ ଡ଼ ଲାଇନ ନମାନି ମନଇଚ୍ଛା ଟେଣ୍ଡର ବିତରଣକରିଥିବା ଅଭିଯୋଗ ନେଇ ତାଙ୍କ ବିରୋଧରେ ଠିକାଦାର ସଂଘ ପକ୍ଷ ରୁ ୭୦ରୁ ଅଧୁକ ଠିକାଦାର ଜିଲାପାଳ ଓ ଉପ ଜିଲାପାଳଙ୍କନିକଟରେ ଅଭିଯୋଗ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଏନେଇ ପୌର ପରିଷଦ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଉଥୁବା ବେଳେ ଠିକାଦାରମାନେ ମଧ୍ୟ ବା ରମାର ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ପୂର୍ବରୁଯୋଗାଯୋଗ କରାଯାଇଥିଲା ବେଳେ ଶ୍ରୀ ପାଣି କହିଥିଲେ ଯେ ସେ ୨୩ ବର୍ଷ ହେଲା ଚାକିରି କରିଛନ୍ତି କିଛି ଦିନ ପାଇଁ ଭଦ୍ରକ ଟ୍ରାନ୍ସଫର ହୋଇଥିଲେ ପୁଣି ବାଲେଶ୍ୱର ବଦଳି ହୋଇଥିଲେ । ଭୁବନେଶ୍ବର କାର୍ଯ୍ୟଳୟକୁ ତାଙ୍କର ବଦଳି ହୋଇଥିଲେ ବି ସେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଯାଇପାରିବେ ନାହିଁ ବୋଲି ବୁଝାଇ ଦେଇଥିଲେ। ହେଲେ ଏବେ ଯାଏ ସେ ବାଲେଶ୍ୱର ପୌର ପରିଷଦରେ ରହିଛନ୍ତି । ଏ ନେଇ ଉପ ଜିଲାପାଳ ପାଟିଲ ଆଶୀଷ ଈଶ୍ର କହିଛନ୍ତି ଯେ ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି ଓ ଏହାର କରିବା ପରେ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବେ ।

Related Posts

About The Author

Add Comment