ଖୋର୍ଦ୍ଧା, ୨୧/୧୨ (ସନ୍ଧାନ ନିୟୁଜ) : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଅକଥନୀୟ ଘଟଣା। ଯୁବକକୁ ଗାଁ ଦାଣ୍ଡରେ ନଡ଼ିଆ ଗଛରେ ବାନ୍ଧି ନୃଶଂସ ଭାବେ ପିଟିଲେ ଦୁଇ ଯୁବକ। ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ଯୁବତୀଙ୍କ ସମ୍ପର୍କୀୟ କୁ ମାଡ ମରାଯାଉଥିବା ଦୃଶ୍ୟ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି। ଏକ ମାସ ତଳେ ବଙ୍ଗୀନ୍ଦା ଗ୍ରାମ ର ଜନିକା ଯୁବତୀଙ୍କୁ କାଇପଦର ଗ୍ରାମର ଜଣେ ଯୁବକ ଭଲ ପାଉଥିଲା। ଯୁବତୀ ର ସମ୍ପରିକୟ ଏହାକୁ ବିରୋଧ କରିବା ସହ ପ୍ରେମ ନିବେଦନ କରିଥିବା ଯୁବକକୁ ନିସ୍ତୁକ ମାଡ ମାରୀ ଥିଲେ। ପରେ ଏହି ଘଟଣାର ମିମାଂସା ହୋଇ ଥିଲା। ପୂର୍ବ ରାଗ ସୁଝାଇବାକୁ ଯାଇ କାଇପଦର ର ଦୁଇ ଯୁବକ ବଙ୍ଗୀଦର ଉକ୍ତ ଯୁବକ କୁ ଅପହରଣ କରି କାଇପଦର କୁ ଆଣି ଗାଁ ଦାଣ୍ଡ ରେ ନୃଶଂସ କାଣ୍ଡ ଭିଆଇଥିଲେ। ଖୋର୍ଦ୍ଧା ସଦର ପୋଲିସ ଖବର ପାଇ ଯୁବକ କୁ ଉଦ୍ଧାର କରିବା ସହ ମାଡ଼ ମାରିଥିବା ଯୁବକଙ୍କ ମଧ୍ୟରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ମାଡ ଖାଇଥିବା ସୌମ୍ୟରଞ୍ଜନ ଦାସଙ୍କ ଅଭିଯୋଗ କ୍ରମେ ସଦର ପୋଲିସ ଭାଟପଡା ଗ୍ରାମର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ପୋଲିସ ଏହି ଘଟଣା ରେ ସୌମ୍ୟ ରଂଜନ ପାଇକରାୟକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଅଛନ୍ତି ।
ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ଯୁବକକୁ ଗାଁ ଦାଣ୍ଡରେ ନୃଶଂସ ଭାବେ ପିଟିଲେ ଦୁଇ ଯୁବକ
|
December 21, 2019 |



