ପ୍ରେମିକ ପ୍ରେମିକାକୁ ଗଛରେ ବାନ୍ଧିଲେ ଗ୍ରାମବାସୀ

Spread the love

ଯାଜପୁର ସଦର, ୧୫/୧୦/୨୦୨୦ (ସନ୍ଧାନ ନିଉଜ): ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଫାଣ୍ଡି ନିକଟସ୍ଥ ବ୍ରହ୍ମବରଦା ବୋଉଳାଘାଇ ଦାଣ୍ଡି ନିକଟରେ । ଘଟଣାରୁ ପ୍ରକାଶ ଯେ, ବୋଉଳାଘାଇ ଦାଣ୍ଡି ନିକଟସ୍ଥ ଏକ ସ୍ୱାମୀ ପରିତ୍ୟେକ୍ତା ମହିଳା ଏକ ଯୁବକ ସହିତ ଅନୈତିକ ସଂପର୍କଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀମାନେ ପ୍ରେମିଯୁଗଳକୁ ଧରିବା ପାଇଁ ବ୍ୟବସ୍ଥା କରିଥିବା ବେଳେ, ପ୍ରେମିକ ଓ ପ୍ରେମିକାର ଘରେ ରହିଥିବା ସମୟରେ ଗ୍ରାମବାସୀମାନେ ପ୍ରେମିକ ଓ ପ୍ରେମିକାକୁ ଗଛରେ ବାନ୍ଧିଥିବା ଘଟଣା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଚି । ଏହି ହତାସିଆ ପ୍ରେମିକକୁ ପୋଲିସ ଜିମା ଦେଇଥିବା ବେଳେ, ସ୍ୱାମୀ ପରିତ୍ୟେକ୍ତା ମହିଳାକୁ ଛାଡ଼ି ଦେଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବ୍ଲକ୍ ଅନ୍ତର୍ଗତ ମହେଶ୍ୱର ପଞ୍ଚାୟତ ବଜାରଘାଟ ନିକଟସ୍ଥ ଜଣେ ଯୁବକର ବୋଉଳାଘାଇ ଦାଣ୍ଡିର ଜଣେ ମହିଳାଙ୍କ ସହିତ ଅନୈତିକ ସଂପର୍କ ରହିଥିଲା । ଏହି ମହିଳା ଜଣକ ବିବାହ କରିଥିବା ବେଳେ, କୌଣସି କାରଣରୁ ସ୍ୱାମୀକୁ ଡିଭର୍ସ ଦେଇଥିଲେ । ମହିଳା ଜଣକ ବାପଘରେ ଥିବା ସମୟରେ ବଜାରଘାଟ ନିକଟସ୍ଥ ଜଣେ ଯୁବକଙ୍କ ସହିତ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ଯାହା ଫଳରେ ଯୁବକ ଜଣକ ଗତକାଲି ସଂନ୍ଧ୍ୟାରେ ମହିଳାଙ୍କ ଘରେ ରହିଥିବା ଖବର ପାଇ ଗ୍ରାମବାସୀ ମାନେ ଯୁବକକୁ ଅଟକ ରଖି ପ୍ରେମିକ ଓ ପ୍ରେମିକା ଉଭୟଙ୍କୁ ଗଛରେ ବାନ୍ଧିଥିଲେ । ଖବର ପାଇ ବ୍ରହ୍ମବରଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚô ଯୁବକକୁ ଅଟକ ରଖି ପ୍ରେମିକାକୁ ଛାଡ଼ି ଦେଇଥିଲେ । ରିପୋର୍ଟ ଲେଖା ବେଳକୁ ଜଣାଯାଇଛି ଯେ, ପ୍ରେମିକାର ଏକ ଆଠ ବର୍ଷର ପୁଅ ଅଛି ।

Related Posts

About The Author

Add Comment