ପ୍ରେମିକ ପାଇଁ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

Spread the love

ବାରିପଦା ୩୦/୪ (ସନ୍ଧାନ ନିୟୁଜ) ସ୍ୱାମୀଙ୍କ ଠାରୁ ଶାରୀରିକ ସୁଖ ନ ପାଇବା ଓ ପର ପୁରୁଷ ସହ ଅବୈଧ ସମ୍ପର୍କ ଗଢିଉଠିଥିବାର କରୁଣ ପରିଣତି ସ୍ୱରୂପ ଜୀବନ ହରାଇବାକୁ ପଡିଛି ଜଣେ ନିରୀହ ସ୍ୱାମୀକୁ। ସୁପାରୀ କିଲର ସହ ମିଶି ସ୍ତ୍ରୀ ହତ୍ୟା କରିଛି ନିଜ ସ୍ୱାମୀକୁ। ହତ୍ୟା କରିବା ପରେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଅନୁସନ୍ଧାନ ଚାଲୁ ରଖି ଆଜି ଧରିବାରେ ସକ୍ଷମ ହୋଇଛି ସ୍ୱାମୀହନ୍ତା ପତ୍ନୀ ଓ ସୁପାରୀ କିଲରକୁ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ୨୮ ତାରିଖ ବାରିପଦା ୨୫ନଂ ଓ୍ୱାର୍ଡ ଛାଞ୍ଚ ଠାରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ବାରିପଦା ପୋଲିସ। ପୋଷ୍ଟାଲ ଏଜେଣ୍ଟ ଆଦିତ୍ୟ ପଣ୍ଡା ହତ୍ୟା ମାମଲାରେ ତାଙ୍କ ସ୍ତ୍ରୀ ଚନ୍ଦନା ପଣ୍ଡା ହିଁ ଥିଲେ ହତ୍ୟାକାରୀ। ସ୍ୱାମୀଙ୍କ ଠାରୁ ଶାରୀରିକ ସୁଖ ପାଉନଥିବାରୁ ସମ୍ପର୍କୀୟ ଦିଅରଙ୍କ ସାଙ୍ଗରେ ଗଢି ଉଠିଥିଲା ଅବୈଧ ଶାରୀରିକ ସମ୍ପର୍କ। ହେଲେ ଦିଅର ଭାଉଜଙ୍କ ରାସ୍ତାରେ କଣ୍ଟା ଥିଲେ ସ୍ୱାମୀ ଆଦିତ୍ୟ। ତେଣୁ ତାଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବା ଲାଗି ଚନ୍ଦନା କରିଥିଲେ ଜଘନ୍ୟ ଷଡଯନ୍ତ୍ର। ଘରେ କାମ କରୁଥିବା ମୁର୍ଶିଦାବାଦର ରାଜମିସ୍ତ୍ରୀକୁ ହାତ କରି ୨ ଲକ୍ଷ ଟଙ୍କାରେ ଠିକ୍ କରିଥିଲେ ସୁପାରୀ କିଲର୍। ଶେଷରେ ସୁଯୋଗ ଦେଖି ସୁପାରୀ କିଲର୍ ସହିତ ମିଶି ଗତ ୨୭ ତାରିଖ ରାତିରେ ମୁହଁରେ ତକିଆ ଯାକି ସ୍ୱାମୀ ଆଦିତ୍ୟଙ୍କୁ ହତ୍ୟା କରିଥିବାର ଚାଞ୍ଚଲ୍ୟକର ବୟାନ ଦେଇ ନିଜ ଦୋଷ ସ୍ୱୀକାର କରିଛନ୍ତି ଚନ୍ଦନା।ବାରିପଦା ଟାଉନ ପୋଲିସ ଏହି ଘଟଣାର ଖୁଲାସା କରି ସହିତ ଚନ୍ଦନା ପଣ୍ଡା ସହିତ ହତ୍ୟାକାରୀ ସୁପାରୀ କିଲର ଠିକ୍ କରିଥିବା ରାଜମିସ୍ତ୍ରୀ ଲାଲଟୁ ସେଖ୍ କୁ ଗିରଫ କରିଛି। ସୁପାରୀ ବାବଦକୁ ଦବାକୁ ଥିବା ଅଗ୍ରୀମ ୩୦ ହଜାର ଟଙ୍କା ମଧ୍ୟ ଚନ୍ଦନାଙ୍କ ଘରୁ ଜବତ କରିଛି। ଏ ମାମଲାରେ ବାରିପଦା ଟାଉନ ପିଏସ୍ କେଶ ନଂ- ୧୦୪/୨୮.୦୪.୧୯ ଅନୁଯାୟୀ ଦଫା ୩୦୨, ୩୪ ଆଇପିସିରେ କେସ ରୁଜୁ ହୋଇଛି। ଅଭିଯୁକ୍ତ ୨ଜଣ ଙ୍କୁ କୋର୍ଟ ଚାଲାଣ କାରାଯଇଛି। କିନ୍ତୁ ସୁପାରୀ କିଲର ତଥା ମୁଖ୍ୟ ହତ୍ୟାକାରୀ ଜମୀର ଶେଖ୍ ଏବେ ମଧ୍ୟ ଫେରାର ଅଛି।

Report by Santosh

Related Posts

About The Author

Add Comment