ରସୁଲପୁର,୭/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବଣିଆ ସାହିରେ ବଳରାମ ସାହୁଙ୍କ ପୁଅ ଘନ ଓରଫ ବଳରାମ(୨୪)କୁ ଆଜି ବ୍ରହ୍ମବରଦା ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ପ୍ରେମିକ ୩୭ ଦିନ ତଳେ ଜନୈକ ଯୁବତୀକୁ ମରାଣାତ୍ମ ଆକ୍ରମଣ କରି ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିଲା । ସେ କଟକ ବଡ ଡାକ୍ତରଖାନରରେ ଚିକିତ୍ସତ ହେଉଥିଲା । ଶନିବାର ଦିନ ଡାକ୍ତରଖାନାରୁ ସୁସ୍ଥ ହୋଇ ବାହାରିବା ପରେ ତାକୁ ପୋଲିସ ଗିରଫ କରିଥିଲା । ଏ ସଂପର୍କରେ ପୋଲିସ ଥାନରେ କେସ୍ ନଂ-୭୭/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉ କି ଫେବୃଆରୀ ୨୫ତାରିଖରେ ଏକତରଫା ପ୍ରେମକୁ କେନ୍ଦ୍ରକରି ପ୍ରେମିକ ଗଣେଶ ପ୍ରେମିକାକୁ ବ୍ରାହ୍ମଣୀ ନଦୀର ଗାଧୁଆ ତୁଠରେ ମରାଣାତ୍ମକ ଆକ୍ରମଣ କରିଥିଲା ଏବଂ ନିଜ ପେଟରେ ଭୁଜାଲି ଭୁଶି ଦେଇଥିଲା । ଉଭୟ ପ୍ରେମିକା ଓ ପ୍ରେମିକକୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ସ୍ଥାନୀୟ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଚିକିତ୍ସା କରାଯିବା ସହ ସ୍ୱାସ୍ଥ୍ୟବସ୍ଥା ଗ୍ୁରୁତର ଥିବାରୁ ଦୁହିଁକୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗଣେଶ ଚିକିତ୍ସିତ ହୋଇ ଫେରିବା ପରେ ପୋଲିସ ଗିରଫ କରିଥିଲା । ଏହି ମାମଲାରେ ଆହତ ପ୍ରେମିକ ସୁସ୍ଥ ହୋଇ ଘôକୁ ଫେରି ଆସିଛି ବୋଲି ଜଣାପଡିଛି । ପୋଲିସ ସୁରେନ୍ଦ୍ର କୁମାର ରଥ ମାମଲାର ତଦନ୍ତ କରୁଛନ୍ତି ।
ପ୍ରେମିକାକୁ ମରଣାତ୍ମକ ଆକ୍ରମଣ ଘଟଣା, ପ୍ରେମିକ ଜେଲ ଗଲା
|
April 7, 2019 |