ବସ୍ତା, 14.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଦିଅର-ଭାଉଜପରି ପବିତ୍ର ସଂପର୍କକୁ ଭୁଲି ଦୁହେଁ ପ୍ରେମରେ ଅନ୍ଧହୋଇଯାଇଥିଲେ। ପରିବାର ଲୋକ ବୁଝାଇପାରିଲେନି। ସେମାନଙ୍କୁ ଅଲଗା କରିବାକୁଚେଷ୍ଟା କଲେ । ହେଲେ ଫଳ କିଛି ମିଳିଲାନି।ଶେଷରେ ବିରହ ସହି ନପାରି ସେମାନେ ଜୀବନହାରିଛନ୍ତି। ଭିଡିଓ କଲ୍ କରି ଦୁହେଁ ଦୁହିଁଙ୍କଆଗରେ ଫାଶୀ ଲଗାଇଦେଇଛନ୍ତି।ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନମୂଳିଦା ବଜାରର ମାନସ କୁମାର ସିଂହ (୨୯)ପୁନେର ଏକ କମ୍ପାନିରେ କାମ କରନ୍ତି । ପତ୍ନୀବର୍ଷ (୨୬) ମଧ୍ୟ ତାଙ୍କ ପାଖରେ ପୁନେରେରହନ୍ତି। ତେବେ କିଛି ମାସ ତଳେ ବର୍ଷାଶାଶୂଘରକୁ ଆସିଥିଲେ। ହେଲେ କରୋନାଯୋଗୁ ସେ ଆଉ ପୁନେ ଫେରିପାରି ନଥିଲେ ।ତେବେ ସେ ଶାଶୂଘରେ ୮ ମାସ ରହିବାଭିତରେ ମାନସଙ୍କ ଦାଦା ପୁଅ ଭାଇ ରାକେଶ(୨୬)ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରିବାର ଲୋକ ଏହା ଜାଣିବାପରେ ଦୁହିଁଙ୍କୁ ବୁଝାଇଥିଲେ । ସବୁଥିରେବିଫଳ ହେବା ପରେ ସେମାନେ ପୁନେର ଏକକମ୍ପାନି ସହ ଯୋଗାଯୋଗ କରିଥିଲେ ଏବଂସେଠାରେ କାମ କରିବା ପାଇଁ ରାକେଶଙ୍କୁପଠାଇ ଦିଆଯାଇଥିଲା । ଇଚ୍ଛା ନଥାଇରାକେଶ ପୁନେ ଯାଇଥିଲେ। ତେବେ ବର୍ଷା ଓରାକେଶ ଅଲଗା ହୋଇଥିଲେ ମଧ୍ୟ ପ୍ରେମ କମିନଥିଲା । ଦେଖାସାକ୍ଷାତ ନ ହେଲେ ବି ଦିଅର-ଭାଉଜ ଫୋନ୍ରେ ଗପସପ କରୁଥିଲେ। ।ଧୀରେ ଧୀରେ ବିଚ୍ଛେଦ ଉଭୟଙ୍କ ପାଇଁ ଅସହ୍ୟହୋଇଗଲା । ସେମାନେ ଏକାସାଙ୍ଗରେ ରହି ନପାରିଲେ, ଏକାସାଙ୍ଗରେ ମରିବା ପାଇଁ ନିଷ୍ପତ୍ତିନେଇଗଲେ। ଗତକାଲି ବିଳମ୍ବିତ ରାତିରେଉଭୟ ଭିଡିଓ କଲ୍ କରି ଆତ୍ମହତ୍ୟା କରିଥିଲେ ।କଲ୍ ଚାଲୁ ରହିଥିବା ବେଳେ ଦୁହେଁ ଦୁହିଁଙ୍କଆଗରେ ଫାଶୀ ଲଗାଇ ଲଗାଇଦେଇଥିଲେ।ପରିବାର ଲୋକ ଜାଣିବା ପରେ ବର୍ଷାଙ୍କୁ ଉଦ୍ଧାରକରି ବସ୍ତା ଡାକ୍ତରଖାନା ନେଇଥିଲେ। ହେଲେଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବସ୍ତାଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ପ୍ରେମରେ ଅନ୍ଧ ହୋଇ ସଂପର୍କ ଊୁଲିଗଲେ
|
December 14, 2020 |