ପ୍ରାର୍ଥôପତ୍ର ଦାଖଲର ଶେଷ ଦିନରେ ୫୮ଜଣ କାଉସିଲର ୪ ପୌରାଦକ୍ଷଙ୍କ ନାମାଙ୍କନ ଦାଖଲ

Spread the love

ଯାଜପୁର, ୦୯/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ପୌରପରିଷଦର ନିର୍ବାଚନ ପାଇଁ ଗତକାଲି ୫୮ଜଣ କାଇନସିଲର ୪ଜଣ ପୌରାଦକ୍ଷ ମହିଳା ଏବଂ ପୁରଷ ପ୍ରାର୍ଥି ସେମାନଙ୍କର ଶେଷଦିନରେ ପ୍ରାର୍ଥିପତ୍ର ସେମାନଙ୍କର ଦାଖଲ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ପୌରପରିଷଦ ନିର୍ବାଚନ ପାଇଁ ୫୮ ନଣ କାଉନସିଲର ଏବଂ ୪ଜଣ ପୌରାଦକ୍ଷ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ବେଳେ, ସେମାନେ ନିଜ ନିଜ ସମର୍ଥକ କର୍ମୀମାନଙ୍କୁ ନେଇ ବିରାଟ ପଟୁଆରରେ ବାହରି ପୌର ପରିଷଦ ନିର୍ବାଚନ ପାଇଁ ୬୨ଜଣ ନାମଙ୍କନ ପତ୍ର ଦାଖଲ କରିଥିବା ବେଳେ, ୫୮ ଜଣ କାଉନସିଲର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ, ୪ଜଣ ପୌରାଦକ୍ଷ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମୁନିସପାଲିଟ କାର୍ଯ୍ୟାଳୟରେ ପ୍ରସ୍ତୁତି କାର୍ଯ୍ୟ ଦେଖିବାକୁ ମିଳିଥିଲା । ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଶରତ କୁମାର ମହାପାତ୍ରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପ୍ରାର୍ଥିମାନେ ବିରଟ ଶୋଭାଯାତ୍ରାରେ ବାହାରି ନିଜ ନିଜର ସମର୍ଥକ ମାନଙ୍କୁ ନେଇ ଶୋଭାଯାତ୍ରାରେ ଦିନ ୧୧ଟା ଠାରୁ ଆରମ୍ଭ କରାଯାଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିଲା । ଯାଜପୁର ସହର ପରିକ୍ରମା କରି ପୌର କାର୍ଯ୍ୟାଳୟ ନିକଟରେ ପ୍ରାର୍ଥିମାନେ ପହଁଞ୍ଚôଥିଲେ । ସେହିପରି ଯାଜପୁର କଳିଙ୍ଗବୀର କୁହାଯାଉଥିବା ସ୍ୱର୍ଗତଃ ଅଶୋକ ଦାସଙ୍କ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳିମିଘାସ୍ଥିତ ବାସଭନନରେ ପହଁଞ୍ଚô ରୁଣ୍ଡିଭୁତ ହେବା ସହିତ ପ୍ରାକ୍ତତନ ପୌରପାଳ ଯୁବନେତା ଭବପ୍ରଶାଦ ଦାସଙ୍କ ନେତୃତ୍ୱରେ ବିରାଟ ଶୋଭାଯାତ୍ରାରେ ବାହାରି ପ୍ରାର୍ଥି ଏବଂ ପ୍ରାର୍ଥିନୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ପ୍ରାର୍ଥିମାନେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଁଞ୍ଚô ପ୍ରାର୍ଥି ଏବଂ ପ୍ରାର୍ଥିନୀ ମାନେ ବିରାଟ ଶୋଭାଯାତ୍ରାରେ ବାହାରୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ବିଜେପିର ପ୍ରାର୍ଥିମାନେ ପୌରକାର୍ଯ୍ୟାଳରେ ପହଁଞ୍ଚô ପ୍ରାର୍ଥିପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଦଳରୁ ୫୮ ଜଣ କାଉନସିଲ ପ୍ରାର୍ଥି ନାମାଙ୍କନ ଦାଖଲ କରିଥିବା ବିଜେପି, ବିଜେଡ଼ି, କଂଗ୍ରେସ ଏହି ୩ଦଳରୁ ତିନି ଜଣ ପୌରାଦକ୍ଷ ପଦବି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଚନ୍ତି । ସେହିପରି ଜଣେ ସ୍ୱାଧିନ ପ୍ରାର୍ଥô ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡିରୁ ରଞ୍ଜୁଲତା ହୋତା, ବିଜେପିରୁ ଜ୍ୟୋତିମୟୀ ଦ୍ୱିବେଦୀ, କଂଗ୍ରେସରୁ ପ୍ରିୟଦର୍ଶିନୀ ସାମନ୍ତ, ସ୍ୱାଧିନ ପ୍ରାର୍ଥି ନିରୁପମା ବେହେରା ପ୍ରାର୍ଥିପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଚି । ଆଇନି ଶୃଙ୍ଖଳାକୁ ଆଖିଆଗରେ ରଖି ଟାଉନ ଥାନା ଆଇଆଇସି ଅଜୟ କୁମାର ଜେନା ଉପସ୍ଥିତ ରହିଥିବା ବେଳେ, ଆସନ୍ତା ୧୦ ତାରିଖରେ ପ୍ରାର୍ଥିପତ୍ର ଚୁଢ଼ାନ୍ତ ହେବ ବୋଲି ଜଣାଯାଇଚି । ବିଜେଡ଼ି ଶୋଭାଯାତ୍ରାରେ ସବା ଆଗରେ ରହିଥିବା ବେଳେ, କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା ବିଜେପି ତୃତୀୟ ସ୍ଥାନରେ ରହିଥିବା ଦେଖିବାକୁ ମିଳିଚି ।

Related Posts

About The Author

Add Comment