ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ବନ୍ଦ ନେଇ ବିଧାୟକଙ୍କ ପ୍ରଶ୍ନ

Spread the love

ରାଇରଙ୍ଗପୁର 5/11 (ସନ୍ଧାନ ନ୍ୟୁଜ୍) ;- କାହା ସାଥିରେ ମୟୂରଭଞ୍ଜ ଜିଲାରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ଅଟକିଛି । ଏହି ନେଇ ଏକ ପ୍ରେସ ଇସ୍ତାହାରରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ପଶ୍ଚିମ ମୟୂରଭଞ୍ଜ ଜିଲା ସଭାପତି ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝା । ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୭୭୨୯ ତା୧୧.୩.୨୦୨୦ରିଖ ଅନୁଯାୟୀ ଓଡ଼ିଶାର ପ୍ରାୟ ୪୦ହଜାର ଯୋଗ୍ୟ ଶିକ୍ଷକମାନଙ୍କୁ ଗତ ୨ମାସ ମଧ୍ୟରେ ପଦୋନ୍ନତି ଦିଆଗଲାଣି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ମୟୂରଭଞ୍ଜର ସ୍ତର-୪ରୁ ସ୍ତର-୩କୁ ପଦୋନ୍ନତି ପାଇବାକୁ ଥିବା ୨୯୪ଜଣ ଓ ସ୍ତର ୫(କ)ରୁ ସ୍ତର ୫(ଖ) ୨୭୬୫ ଜଣ ଶିକ୍ଷକ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି । ୨୦୧୪ ମସିହାରେ ମୟୂରଭଞ୍ଜ ଜିଲା ବାରିପଦା ଓ ଉଦଳା ଉପଖଣ୍ଡର ୧୦ଟି ବ୍ଲକ ପଦୋନ୍ନତିରୁ ବଞ୍ଚିତ ହୋଇଥିଲେ। ବଞ୍ଚିତ ଶିକ୍ଷକଙ୍କ ମଧ୍ୟରୁ କେତେକେ ହାଇକୋର୍ଟଙ୍କ ଦ୍ବାରାସ୍ଥ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଡବ୍ଲ୍ୟୁପି(ସି) ଇଂ ୧୬୬୪୫-୨୦୨୦ ଅନୁଯାୟୀ ତାଙ୍କ ଆଦେଶନାମାରେ ମୟୂରଭଞ୍ଜ ଜିଲାର ପଦୋନ୍ନତି ପ୍ରକ୍ରିୟାକୁ ୫୬ଦିନ ପାଇଁ ସ୍ଥଗିତଦେଶ ର ଅବଧୂ ପୁରି ୮୦ଦିନ ହେବାକୁ ବସିଲାଣି । କିନ୍ତୁ କେଉଁ ଉଦ୍ଦେଶ୍ୟରେ ଓ କାହା ଚାପରେ ନିର୍ଦ୍ଦେଶକ ଓ ସଚିବ, ମୟୂରଭଞ୍ଜ ଜିଲାକୁ ପଦୋନ୍ନତିରୁ ବଞ୍ଚିତ କରିଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଇତି ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ସମ୍ବନ୍ଧରେ ବିଭିନ୍ନ ଖବର ପ୍ରକାଶିତ ହୋଇଛି । ରାଜ୍ୟର ଜଣେ ପ୍ରଭାବଶାଳୀ ନେତାଙ୍କ ପାରିବାରିକ ପଦୋନ୍ନତି ସାର୍ଥକୁ ଆଖିଆଗରେ ରଖ୍ ସଚିବ ଓ ନିର୍ଦ୍ଦେଶକଙ୍କୁ ଚାପ ପକାଇ ପଦୋନ୍ନତିକୁ ସ୍ଥଗିତ ରଖାଯାଇଥିବାର ଅଭିଯୋଗ ହୋଇଛି। ଏଣୁ ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୂରଭଞ୍ଜ ଜିଲା ତରଫରୁ ଏଇ ପ୍ରେସ ଇସ୍ତାହାର ଜରୀ ଆରେ ଦାବୀ କରାଯାଇଛି ଯେ,୨୦୧୪ ପଦୋନ୍ନତିରୁ ବଞ୍ଚିତ ଯୋଗ୍ୟ ଯୋଗ୍ୟ ଶିକ୍ଷକମାନଙ୍କୁ ଆଇନ ଅନୁଯାୟୀ ପଦୋନ୍ନତି ଦିଆଯାଉ କିନ୍ତୁ ବର୍ତ୍ତମାନର ପଦୋନ୍ନତି ପ୍ରକ୍ରିୟାକୁ ଅବିଳମ୍ବେ, କାର୍ଯ୍ୟକାରୀ କରାଯାଉ ବୋଲି ବିଧାୟକ ନବଚରଣ ମାଝା ଦାବି ଜଣାଇଛନ୍ତି ।

Related Posts

About The Author

Add Comment