କରଞ୍ଜିଆ,୨୨/୧୦(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା); ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଉଛି । ପଦୋନ୍ନତି ପାଉଥିବା ଶିକ୍ଷାଦାତା ଏନେଇ ଖୁସିବ୍ୟକ୍ତ କରୁଛନ୍ତି । କିନ୍ତୁ ଏହି ପଦୋନ୍ନତି ତାଲିକାରେ ପକ୍ଷପାତିତା କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏ କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶିକ୍ଷାଦାତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅବସର ନେବାକୁ ଥିବା ଶିକ୍ଷକମାନେ ପଦୋନ୍ନତି ପାଇବା ପରେ ଅବସର ନେବେ ବୋଲି ଆଶା ବାନ୍ଧି ବସିଥିଲେ । କୋଭିଡ୍ -୧୯ ଯୋଗୁଁ ପଦୋନ୍ନ ତିପ୍ରକୁୟା ବିଳମ୍ବିତ ହେଲା । ଶେଷରେ ବିଳମ୍ବରେ ହେଲେ ବି ପଦୋନ୍ନତିର କାର୍ଯ୍ୟ ଆରମ୍ଭ ହେଲା ବିଭିନ୍ନ ଜିଲ୍ଲାସ୍ତରରୁ ପଦୋନ୍ନତି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମ ‘ଏଲି ମେଣ୍ଟାରି ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ ପାଇଁ ପଠାଗଲା । ଏ ଭଳି ନାମ ପ୍ରେରଣ କ୍ଷେତ୍ର ରେ ମୟୁରଭଞ୍ଜ ଜିଲ୍ଲା ବେଶ୍ ଆଗୁଆ ଥିବାବେଳେ ଏଯାବତ୍ ସରକାର ଏ ଜିଲ୍ଲାର ପଦୋନ୍ନ ତି କୁ ମୋହର ନ ମାରି ବା ଓ ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶାଳୟରେ ଡେରିରେ କାଗଜପତ୍ର ଦାଖଲ କରି ଅନ୍ୟ ଜିଲ୍ଲାର ଶିକ୍ଷକମାନେ ପଦୋନ୍ନତି ନେଇ ସାରିଥିବାରୁ ଶିକ୍ଷକଙ୍କ ମନରେ ଗଭୀର କ୍ଷୋଭ ପ୍ରକାଶ ପାଇଛି। ରାଜନୈତି କ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ କାରଣରୁ ମୟୂରଭଞ୍ଜର ଶିକ୍ଷାଦାତା ଏ ଦଶା ଭୋଗୁଛନ୍ତି ବୋଲି ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି । ଏହି ଜିଲ୍ଲାର କେତେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପିଛିଲା ଭାବେ ପଦୋନ୍ନତି ଦେବାକୁ ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ପ୍ରରୋଚନାରେ ଏହି ପ୍ରକ୍ରିୟାରେ ବିଳମ୍ବ ହେଉଛି ବୋଲି ଅଭିଯୋଗ ହେଉଛି । ଅନ୍ୟ ସମସ୍ତ ଜିଲ୍ଲାର ପଦୋନ୍ନତି ସମୟରେ ନ୍ୟାୟାଳୟଙ୍କ ନିଷରିର ସର୍ତ୍ତ ରଖୁ ପଦୋନ୍ନତି ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ଏ କ୍ଷେତ୍ରରେ ପକ୍ଷପାତିତା ବୋଲି ପ୍ରଶ୍ନ ଉଠିଛି । ଓଡ଼ିଶାର ସର୍ବବୃହତ୍ ଜିଲ୍ଲାର ଏଭଳି ଅବସ୍ଥାକୁ ମନ୍ତ୍ରୀ, ବିଧାୟକ ଓ ଲୋକପ୍ରତିନିଧ୍ୟ ଦୃଷ୍ଟି ଦେବା ଉଚିତ୍ ବୋଲି ମତ ପ୍ରକାଶ ପାଉଛି ।
ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପ୍ରସଙ୍ଗ ଜିଲ୍ଲାକୁ ଅଣଦେଖା ଅଭିଯୋଗ
|
October 23, 2020 |
