ସୁନ୍ଦରଗଡ ତା:୮/୮/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ହମିରପୁର ଗ୍ରାମପଞ୍ଚାୟତ ର ଭୂୟାଁ ପଡା ପ୍ରାଥମିକ ବିଦ୍ୟାଳୟ ର ପୁରୁଣା ଶୌଚାଳୟ ଗୃହରେ ଦେଶୀ ମଦର ସନ୍ଧାନ ସକାଳ ସମୟରେ ସବଡେଗା ଅବକାରୀ ସୂଚନା ମିଳିଥିଲା । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେନ୍ଟ ଙ୍କ ନିର୍ଦ୍ଦେଶ କ୍ରମେ ସବଡେଗା ଅବକାରୀ ବିଭାଗର ଉପ ନିରୀକ୍ଷକ ଶ୍ରୀଯୁକ୍ତ ସତ୍ୟଜିତ ସାମଲ ଓ ତାଙ୍କ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ସଦର ଥାନା ଅନ୍ତର୍ଗତ ହମିରପୁର ପଞ୍ଚାୟତର ତିଲଯୁରା ଗ୍ରାମର ଭୂୟାଁପଡ଼ା ର ପୁରୁଣା ପ୍ରଥମିକ ବିଦ୍ୟାଳୟ କୁ ପହଞ୍ଚି ଥିଲେ । ବିଦ୍ୟାଳୟ ର ପଛପଟେ ଥିବା ଶୌଚାଳୟ ଗୃହରୁ ୧୨୦ ଲିଟର ଦେଶୀ ମହୁଲି ରନ୍ଧା ମଦ ଜବତ କରିବା ସହ ମଦ ତିଆରି ବିଭିନ୍ନ ସାମଗ୍ରୀ ଜବତ କରିଥିଲେ । ସବଡେଗା ଅବକାରୀ ବିଭାଗର ଏପରି କାର୍ଯ୍ୟ ପାଇଁ ଅଞ୍ଚଳରେ ସାଧୁବାଦ ହେଉଥିବା ଜଣାପଡିଛି ।
ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ ରୁ ଜବତ ହେଲା ୧୨୦ ଲିଟର ଦେଶୀ ରନ୍ଧା ମଦ
|
August 8, 2025 |



