ପ୍ରାକ୍ତନ ଶିକ୍ଷକ ପୁରୁଷତ୍ତମ ମହାପାତ୍ରଙ୍କ ସ୍ମୃତି ଚାରଣ ସଭା

Spread the love
ରାଇରଙ୍ଗପୁର, ୨୮/୦୯ (ସନ୍ଧାନ ନିଉଜ/ପରେଶ ଚନ୍ଦ୍ର ଷଡଙ୍ଗୀ) ମୟୁରଭଞ୍ଜ ଜିଲ୍ଲା ଦ୍ଵିତୀୟ ପୁରାତନ ଓ ବୃହତ୍ତମ ଶିକ୍ଷାନୁଷ୍ଠାନ ରାଇରଙ୍ଗପୁର ହାଇସ୍କୁଲ ର ପୁର୍ବତନ ଶିକ୍ଷକ ପୁରୁଷତ୍ତମ ମହାପାତ୍ର (୮୨)ଙ୍କ ପରଲୋକ ରେ ବିଦ୍ୟାଳୟ ରପୁରାତନ ଛାତ୍ର ସଂଘ ପକ୍ଷରୁ ଏକ ସ°କ୍ଷିପ୍ତ ଶୋକ ଓ ସ୍ମୃତି ଚାରଣ ସଭା କୋରନା କଟକଣା ପାଳନ କରି ଆଜି ଏଠାରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ର ପ୍ରଧାନ ଶିକ୍ଷକ ର°ଜନ କୁମାର ମହାନ୍ତ ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ଏହି ସଭାରେ ପୁରାତନ ଛାତ୍ର ମାନେ ନୀରବ ପ୍ରାର୍ଥନା ସହ ତାଙ୍କ ଫଟ ଚିତ୍ର ରେ ମାଲ୍ୟାର୍ପଣ ପୁର୍ବକ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରି√ମହାପାତ୍ର ସାର ଙ୍କୁ ଜଣେ ଆଦର୍ଶ ଛାତ୍ର ବତ୍ସଳ ଓ ସୁ ଦକ୍ଷ ଶିକ୍ଷକ ଭାବେ ଚିତ୍ରଣ କରିଥିଲେ । ସେ ନିଜ ସହଜ ସରଳ, ସୁନ୍ଦର,ଓ ସାବଲିଳ ଶିକ୍ଷା ଦାନ ପଦ୍ଧତି ପାଇଁ ଛାତ୍ର ମାନଙ୍କ ପ୍ରିୟ ଭାଜନ ହୋଇ ପାରିବା ସହ ରାଇରଙ୍ଗପୁର ହାଇସ୍କୁଲ ରେ ପ୍ରାୟ ଦୁଇ ଦଶନ୍ଧି ଧରି ସଫଳ ତାର ସହ ଶିକ୍ଷକତା କରିଥିଲେ ବୋଲି ପୁରାତନ ଛାତ୍ର ଗଣ ପ୍ରକାଶ କରିଥିଲେ ।କୋରନା ମାର୍ଗ ଦର୍ଶୀକା ପାଳନ କରି ସୀମିତ ସ°କ୍ଷାରେ ପୁରାତନ ଛାତ୍ର ବିଜୟ କୁମାର ରିମ୍,କାଳି ପ୍ରଶନ୍ନ ମହାନ୍ତି,ର°ଜନ ନନ୍ଦ, ସୂର୍ଯ୍ୟ କାନ୍ତ ଘଣା, ରିତେଶ ଆଠଘରା, କିଶୋର କୁମାର ରଜକ, ଦୀନେଶ ବେହେରା ଓ ଲକ୍ଷ୍ମଣ ମାରାଣ୍ଡି ପ୍ରମୁଖ ସୀମିତ ସ°କ୍ଷାରେ ପୁରାତନ ଛାତ୍ର ଉପସ୍ଥିତ ଥିଲେ । ସ୍ମୃତି ଚାରଣ ସଭା ରେ√ମହାପାତ୍ର ସାରଙ୍କ କନ୍ୟା ଶିକ୍ଷୟିତ୍ରୀ ସସ୍ମିତା ଦାସ ମହାପାତ୍ର ଓ ଜାମାତା ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ଦାସ ମହାପାତ୍ର  ଉପସ୍ଥିତ ଥିଲେ ।

Related Posts

About The Author

Add Comment