ଜେନାପୁର/୨୫/୦୩/(ସନ୍ଧାନ ନିଉଜ୍)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଜିରା ଗ୍ରାମ ପଞ୍ଚାୟତର ‘ମା’ ବାଘୁଆ ବ୍ରାହ୍ମଣୀ ଦେବୀ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ୫୦ ତମ ବାଲିସାହି ମେଳଣ ଗୁରୁବାର ବାର ଉଦଯାପିତ ହୋଇଯାଇଛି ।ଉଦଯାପିତରେ ଧର୍ମଶାଳା ବ୍ଲକ ଚେୟାରମ୍ୟାନ ପ୍ରଭାତ କୁମାର ବଲବନ୍ତରାୟ ପ୍ରଥମେ ପହଞ୍ଚି ୫୦ତମ ମେଳଣ ଜୟନ୍ତୀ ଉଦଘାଟନ କରିଥିଲେ ଓ ପରେ ପରେ ୧୧ନଂ ଜୋନ ର ଜିଲ୍ଲା ପରିଷଦ ସୁଧାଂଶୁ ଶେଖର ସାହୁ ,ଧର୍ମଶାଳା ବ୍ଲକର ଉପାଧ୍ୟକ୍ଷା ବିଶ୍ବ ବିଜୟିନୀ ମିଶ୍ର ,୧୪ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତି, ଅଂଜିରା ଗ୍ରାମ ପଞ୍ଚାୟତର ସରପଞ୍ଚ , ସମିତ ସଭ୍ୟା ଓ ନାଏବ ସରପଞ୍ଚ ,ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା,କୃଷ୍ଣଚନ୍ଦ୍ର ସାହୁ, ଉତ୍କଳମଣି ଦାସ,ଧୁବାନନ୍ଦ ପାଳ, ବଟକୃଷ୍ଣ ପଣ୍ଡା, ସୁଦର୍ଶନ ପ୍ରଧାନ, ନାରାୟଣ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ପ୍ରଧାନ, ଦାଶରଥି ଜେନାଙ୍କ ସହିତ ଅଂଜିରା ପଂଚାୟତର ବହୁ ମାନ୍ୟଗଣ୍ୟ ଵେକ୍ତି ଉପସ୍ଥିତ ଥିଲେ ।ସମସ୍ତଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ମେଳଣରେ ମୁରାଳି ପୁର, ଶ୍ୟାମସୁନ୍ଦର ପୁର,ଅଭୟ ପୁର,ମଧୁବନ,ପାଞ୍ଚଗୋଛିଆ,ଲୁଣିବର,ବଉଳମାଲ ସମେତ ୧୧ରୁ ଉର୍ଦ୍ଧ୍ବ ରାଧାକୃଷ୍ଣ ଦୋଳ ବିମାନ ଯୋଗ ଦେଇଥିଲେ । ବାଜା, ବାଣ, ରୋଶଣି ,ଘୋଡାନାଚ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବିମାନଗୁଡିକୁ ଅଣାଯାଇଥିଲା ।ଶୁକ୍ରବାର ସକାଳୁ ସଂକୀର୍ତ୍ତନ ମଣ୍ଡଳୀ ହରିଗୀତର ତାଳେତାଳେ କୀର୍ତ୍ତନ ଓ ଅଭିର ରଙ୍ଗ ଖେଳ ସହିତ ଦୋଳ ବିମାନଗୁଡିକୁ ମଳେଣ ପଡ଼ିଆରେ ପହଞ୍ଚାଥିଲେ । ଦୋଳ ବିମାନ ଏକତ୍ରିତ ହେବାପରେ ଠାକୁରଙ୍କୁ ଭୋଗ ନୈବେଦ୍ୟ ସହିତ ଦକ୍ଷିଣା ପ୍ରଦାନ କରାଯାଇଥିଲା । ପରେ ସମସ୍ତ ବିମାନ ମୁରାଲିପୁର ବିମାନ ଥାନପତି ସହିତ ଆସନ ଅଳଙ୍କୃତ କରିବା ସହିତ ସମସ୍ତ ଦୋଳ ବିମାନଙ୍କର ମୁଖ୍ୟ ପରିଚାଳକ ମାନକଙ୍କୁ ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ପରିଚାଳନା କମିଟିର ସଭାପତି ବଟକୃଷ୍ଣ ପଣ୍ଡା, ସମ୍ଫାଦକ କୃଷ୍ଣଚନ୍ଦ୍ର ସାହୁ, ଅକ୍ଷୟ ପ୍ରଧାନ, ବାଇଧର ସାହୁ, ରଘୁନାଥ ପ୍ରଧାନ,ପାଣ୍ଡବ ଚରଣ ବେହେରା, କୈଳାସ ଚନ୍ଦ୍ର ରାଉତ,ବଂଶୀଧର ମହାରଣା, କାଙ୍ଗାଳୀ ଚରଣ ସେଠୀ, ପ୍ରତାପ ପ୍ରଧାନ,ପ୍ରଫୁଲ ସାହୁ,ପ୍ରବିତ୍ର ସାହୁ ସମେତ ବାଘୁଆ ବ୍ରାହ୍ମଣୀ ଦେବୀ ମେଳଣ କମିଟିର ସମସ୍ତ ସଭ୍ୟ ମେଳଣ ପରିଚାଳନାରେ ସହଯୋଗ କରିଥିଲେ । ଜେନାପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।
ପ୍ରସିଦ୍ଧ ବାଲିସାହି ଦୋଳ ମେଳଣ ଉଦଯାପିତ
|
March 25, 2022 |



