ପ୍ରଶ୍ନପତ୍ର ଲିକ୍ ଯୋଗରୁ ଓଟିଇଟି ପରୀକ୍ଷା ବାତିଲ, ଦେଇଥିବା ପରୀକ୍ଷାର୍ଥୀଙ୍କ ଖର୍ଚ୍ଚ ସରକାର ବହନ କରିବାକୁ ଦାବି
ପ୍ରଶ୍ନପତ୍ର ଲିକ୍ ଯୋଗରୁ ଓଟିଇଟି ପରୀକ୍ଷା ବାତିଲ, ଦେଇଥିବା ପରୀକ୍ଷାର୍ଥୀଙ୍କ ଖର୍ଚ୍ଚ ସରକାର ବହନ କରିବାକୁ ଦାବି
Sandhan News |
January 16, 2019 |
କଟକ, ୧୬/୧ (ସନ୍ଧାନ ନିୟୁଜ) : ରାଜ୍ୟରେ ଆଜି ବିଏସଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଓଡିଶା ଟିଚର ଇଲିଜିବୁଲ ଟେଷ୍ଟ (ଓଟିଇଟି) ପରୀକ୍ଷା ବାତିଲ ହେବର ସମ୍ଭାବନା ଦେଖାଦେଇଛି । ପୂର୍ବରୁ ସେଟ୍ ବି ଏବଂ ତାହାର ଉତର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖାଲି ସେଟ୍ ବି ନୁହେଁ ବରଂ ଅନ୍ୟ ସେଟ୍ ମଧ୍ୟ ଭାଇରାର ହୋଇଥିଲା । ଏପରକି ପରୀକ୍ଷାକେନ୍ଦ୍ରରେ ମଧ୍ୟ ଏହାକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଆଜି ଯାଜପୁର,ବାଲେଶ୍ୱର, ପୁରୀ, ସମ୍ବଲପୁର ଆଜି ସ୍ଥାନ ମନଙ୍କରେ ପ୍ରଶ୍ନପତ୍ର ଲିକ୍ ହୋଇଯାଇଥିଲା । ଏପରକି କେତକ ପରୀକ୍ଷାଥୀ ମଧ୍ୟ ଏହାକୁ ଆଗରୁ ପାଇଯାଇଥିବାର କହିଥିଲେ । ହେଲେ ସେହି ପ୍ରଶ୍ନ ପଡିବ ବୋଲି ଜାଣିନଥିଲେ । ଏଭଳି ଏକ ସମ୍ବେଦନ ଶୀଳ ଘଟଣାରେ ବିଭାଗ ପକ୍ଷରୁ ତଦନ୍ତ କରାଯିବାକୁ ବିଏସଇ ଅଧ୍ୟକ୍ଷ ଜାହାନାରା ବେଗମ କହିଛନ୍ତି । ପ୍ରଶ୍ନପତ୍ର ଗୁଡକକୁ କମିଟିକୁ ପଠାଯାଇ ତଦନ୍ତ ଆରମ୍ଭ ହୋଇଛି । ଆମକୁ କେତକ ପରୀକ୍ଷାର୍ଥୀ ଗତକାଲିଠାରୁ ପ୍ରଶ୍ନପତ୍ର ପାଇସାରିଥିବା ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଜୀବନ ଜୀବିକା ସହ ଖେଳୁଥିବା ଅଧିକାରୀ ଏବଂ ଏଥିରେ ସମ୍ପୁକ୍ତ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି ହେଉଛି ।
Related Posts
About The Author