ପ୍ରଶାସନ ମନ୍ଦିରରେ ଚଢ଼ାଇଲେ ମଦ

Spread the love

ନୂଆଦିଲ୍ଲୀ,୧୪/୦୬ (ସନ୍ଧାନ ନିଉଜ) ଉଜ୍ଜୈନରେ କରୋନାର ପ୍ରକୋପ ଜାରି ରହିଛି। ଶାସନ ପ୍ରଶାସନ ସହରରେ କରୋନାର ପ୍ରତିରୋଧ ଲାଗି ଦିନରାତି ଏକ କରି ଦେଇଛନ୍ତି, ହେଲେ ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଏହାକୁ ଆସ୍ଥା କୁହାଯିବ ନା ଅନ୍ଧବିଶ୍ଵାସ ମାତ୍ର ପ୍ରଶାସନ ଏବେ କରୋନା ଭୂତାଣୁର ସଂକ୍ରମଣରୁ ମୁକ୍ତି ଦେବା ପାଇଁ ଭଗବାନଙ୍କ ଶରଣରେ ପହଞ୍ଚି ଯାଇଛନ୍ତି। ଶନିବାର ସକାଳ ୮ଟାରେ ମାତା ମନ୍ଦିରରେ ଢୋଲ କୀର୍ତ୍ତନ ସହ ପ୍ରଶାସନର ଅଧିକାରୀ ସହରବାସୀଙ୍କ ସହିତ ମାତା ରାଣୀ ମନ୍ଦିରରେ ପହଞ୍ଚିଥିଲେ। ଭକ୍ତଙ୍କ ଜୟ ଜୟକାରରେ ଉଜ୍ଜୈନ ସହର ଗୁଞ୍ଜି ଉଠିଥିଲା। ଲକ୍‌ଡାଉନ୍‌ ପରେ ଅନଲକ୍‌-୧ ସମୟରେ ପ୍ରଥମ ଥର ଜନକଲ୍ୟାଣ ଭାବନରେ ସହରରେ ଏହି ପରି ଧାର୍ମିକ କାର୍ଯ୍ୟକ୍ରମ ସାମୂହିକ ଆୟୋଜିତ କରାଯାଇଛି।

ଏହି ଅବସରରେ କଲେକ୍ଟର ଆଶିଷ ସିଂହ ଓ ଏସପି ମନୋଜ ସିଂହ ଉଜ୍ଜୈନବାସୀଙ୍କ ପକ୍ଷରୁ ପ୍ରତିନିଧିତ୍ଵ କରି ମାତା ରାଣୀଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହା ସହିତ ମାତାଙ୍କଠାରେ ମଦ ଚଢାଇଛନ୍ତି। ସେ ଉଜ୍ଜୈନ ସହରକୁ ମହାମାରୀରୁ ମୁକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ଏହି ମନ୍ଦିରରେ ବର୍ଷରେ ଥରୁଟିଏ ଚୈତ୍ର ନବରାତ୍ରର ଅଷ୍ଟମୀ ତିଥିରେ ଦେବୀଙ୍କଠାରେ ମଦ ଚଢାଯାଏ।

ଏଥିପାଇଁ ଚଢାଗଲା ମଦ

କିମ୍ବଦନ୍ତୀ ଅନୁଯାୟୀ ରାଜା ବିକ୍ରମାଦିତ୍ୟ ନିଜ ପ୍ରଜାଙ୍କୁ ମହାମାରୀକୁ ବଞ୍ଚାଇବା ପାଇଁ ୨୪ ଖମ୍ବା ସ୍ଥିତ ଏହି ମାତା ମନ୍ଦିରରେ ମଦ ଚଢାଇ ପୂଜାର୍ଚ୍ଚନା କରୁଥିଲେ। ସହର ବର୍ତ୍ତମାନ କରୋନା ସଂକ୍ରମଣରେ ସଂକ୍ରମିତ। ଏହି ମହାମାରୀରୁ ଜନତାଙ୍କୁ ବଞ୍ଚାଇବା ଲାଗି ଉଜ୍ଜୈନ କଲେକ୍ଟର ମଧ୍ୟ ମାତାଙ୍କଠାରେ ମଦ ଚଢାଇଛନ୍ତି। ତାଙ୍କ ସହିତ ଏସପି ମନୋଜ ସିଂହ ମଧ୍ୟ ଉପସ୍ଥିତ ଥିଲେ। କଲେକ୍ଟର ଏଠାରେ ପୂଜା କରିବା ପରେ ଭୈରବ ମନ୍ଦିରରେ ମଧ୍ୟ ମଦ ଚଢାଇଛନ୍ତି।

Related Posts

About The Author

Add Comment