ପ୍ରଶାସନିକ ଅଧିକାରୀ ହେବ ତ ଏମିତି

Spread the love
ମାଲକାନଗିରି, ୨୦/୦୮/୨୦ (ସନ୍ଧାନ ନିଉଜ) : ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଯୁକ୍ତ ଆଲୋକ କୁମାର ଅନୂଗୁଲିଆ, ତହସିଲଦାର କାଲିମେଳା ବାଇକ୍ ଯୋଗେ ଏବଂ ଚାଲି ଚାଲି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ଯୁବ ତହସିଲଦାର ।ବନ୍ୟା କ୍ଷତିଗ୍ରସ୍ତ ଓ ଚାଷ ଜମିର କ୍ଷୟକ୍ଷତି ଆକଳନ କରିବା ସହିତ ପ୍ରଭାବିତ ଲୋକ ମାନଙ୍କ ର ସୁବିଧା ସୁଯୋଗ ବିଷୟରେ ବୁଝି ଥିଲେ। ଯୁବ ତହସିଲଦାର ସ୍ଥାନୀୟ ଖେତ୍ର ଅଧିକାରୀ ମାନଙ୍କୁ ସାଙ୍ଗରେ ନେଇ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁଦାଖାଲ କୁ ଯାଇଥିଲେ।କ୍ଷତିଗ୍ରସ୍ତଙ୍କୁ ଯାହାର ଘର ଭାଙ୍ଗି ଯାଇଛି ତାଙ୍କୁ ପୋଲିଥିନ୍ ଯୋଗାଇ ଦେଇଥିଲେ, ଚିତ୍ରାଙ୍ଗପାଲ୍ଲୀ ଅଂଚଳର ବନ୍ୟା କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଥିଲେ।ଏହାକୁ ଦେଖି ସ୍ଥାନୀୟ ଜନସାଧାରଣ ଭୂରି ଭୁରି ପ୍ରଶଂସା କରିଛନ୍ତି।ପୂର୍ବରୁ ଏଭଳି ଜନହିତକାରୀ କାର୍ଯ୍ୟ ପାଇଁ ଜିଲ୍ଲାବାସୀକଂ ର ପ୍ରୀୟ ହୋଇଯାଇଛନ୍ତି। ଯୁବକ ଯୁବତୀ ମାନଙ୍କର ଆଦର୍ଶ ପାଲଟିଛନ୍ତି।

Related Posts

About The Author

Add Comment