ପ୍ରଶାସନର ସମସ୍ତ ନୀତିନିୟମ ଅନୁଯାୟୀ ଘୁ. ଉଦୟଗିରିରେ ଦୁର୍ଗାପୂଜା ଆରମ୍ଭ:

Spread the love

ବାଲିଗୁଡା,23/10(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :-  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ସହରରେ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ତଥା ପ୍ରଶାସନର ସମସ୍ତ ନୀତି ନିୟମକୁ ଭିତି କରି ସ୍ଥାନୀୟ ପୂଜା କମିଟି ଗୁରୁବାର ଠାରୁ  ଶାରଦୀୟ ଦୁର୍ଗାପୂଜା ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳର ଆରାଧ୍ୟ ଦେବୀ ମା’ବଡ଼ରାଉଳଙ୍କୁ ଆବାହନ କରି ବେଲବରଣ, ଜଳ ସଂଗ୍ରହ କରିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁକ୍ରବାର  ମହାସପ୍ତମୀରେ ପୂଜାପାଠ ହୋମ ଯଜ୍ଞ ଚଣ୍ଡୀପାଠ ଆରମ୍ଭ ହୋଇଛି। ପୂଜା କମିଟି ପକ୍ଷରୁ ମଣ୍ଡପ ସମ୍ମୁଖରେ ଏକ ଫ୍ଲେକ୍ସ ମରାଯାଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ କୋଭିଡ-୧୯ କଟକଣା ଯୋଗୁଁ ପ୍ରଶାସନର ନୀତିନିୟମ ପ୍ରକାରେ ପୂଜା ଆୟୋଜନ କରାଯାଉଥିବା ଯୋଗୁଁ ସର୍ବସାଧାରଣଙ୍କ ନିମନ୍ତେ ମାଙ୍କ ଦର୍ଶନ ନିଷେଧ କରାଯାଇଛି।

Related Posts

About The Author

Add Comment