ପ୍ରଶାସନର ଅଙ୍କୁଶ ନାହିଁ: ମୋରମ ମାଫିଆଙ୍କ କବ୍ଜାରେ ଅସିଆ ପର୍ବତମାଳା, କୋଟି କୋଟି ଟଙ୍କାର ରାଜସ୍ୱ ହାନୀ, ଲୋପ ପାଇବା ସମ୍ଭାବନା

Spread the love

ଯାଜପୁର, ୧୦/୪ (ସନ୍ଧାନ ନିୟୁଜ/ମାନସ ରାଉତ) ଯିଏ ଯେଉଁଠୁ ପାରିଲା ତାଢିଲା । ରାସ୍ତାକଡ, ଗୋଚର, ଅନାବାଦି, ଜଙ୍ଗଲ ଜମି ଓ ରାଜସ୍ୱ ବିଭାଗ ଅଧିନରେ ଥିବା ଜମି କିଛି ବାଦ ପଡୁନାହିଁ ମନ ଇଚ୍ଛା ହେଉଛି ମୋରମ ବୋଲଡର ଲୁଟ । ଏଥିପାଇଁ ନାଁ ଅଛି ପ୍ରଶାସନ ର ଅଙ୍କୁଶ ନା ଚଢାଉ । ଆବଶ୍ୟକ ଥିବା କୌଣସି ବି ସରକାରୀ ମଞ୍ଜୁରୀ କାହାରି ପାଖରେ ନାହିଁ ମାତ୍ର ପ୍ରତିଦିନ ଶହ ଶହ ଟ୍ରିପ ମୋରମ ବୋଲଡର ଲୁଟ ଚାଲିଛି । ତେବେ ଏହି ଖନନ ଦିନ ପରିବର୍ତ୍ତେ ରାତ୍ରୀରୁ ହେଉଛି ଏବଂ ଭୋର ସମୟରେ ଶେଷ ହେଉଛି । ପ୍ରତ୍ୟେକ ଦିନ ମଧ୍ୟ ରାତ୍ରୀରୁ ଭୋର ଯାଏ ଏପରି ବେଧଡକ ଭାବେ ମୋରମ ବୋଲଡର ଖନନ ହୋଇ ପଡୋଶୀ ଜିିଲ୍ଲା ଗୁଡିକୁ ଚାଲାଣ ହେଉଛି ତେବେ ଏହି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ପ୍ରଶାସନ ସାମନ୍ୟତମ ପଦକ୍ଷେପ ଗ୍ରହଣ କରୁନାହିଁ । ଯାହା ଫଳରେ ସମଗ୍ର ଅସିଆ ପର୍ବତ ମାଳାଟି ଏବେ ମୋରମ ମାଫିଆଙ୍କ କବଜାରେ ରହିଥିବା ନେଇ ଆଲୋଚନା ହେଉଛି । ତେବେ ଏହି ମୋରମ ମାଫିଆ ମାନଙ୍କୁ କିଛି ପ୍ରଶାସନକି ଅଧିକାରୀ ମାନେ ପ୍ରଚ୍ଛଦପଟରେ ସହାୟତା କରୁଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଯେ ଗ୍ୟାଙ୍ଗଷ୍ଟାର ଟିିଟୋକୁ ପୋଲିସ ଏନ୍କାଉଣ୍ଟର ପରେ ଏହି କାରବାରରେ ଏକରକମ ରୋକ ଲାଗିଯାଇଥିଲା । ତେବେ ଏହା ପରେ ଆଉ ପ୍ରଶାସନ ଏହି ପର୍ବତମାଳା ଉପରେ ଦୃଷ୍ଟିଦେଇନାହିଁ । ଏବେ ଏହି ପର୍ବତମାଳାର ମାଣ୍ଡୁକା , ଧାଉଡିଆପଦା ,ମଝିପଡା, ଅଚ୍ୟୁତବସନ୍ତ, ଅସିଆ ଆଦି ସମସ୍ତ ସ୍ଥାନରୁ ହେଉଛି ମୋରମ ବୋଲଡର ଲୁଟ । ବେଧଡକ ଚାଲିଥିବା ଏହି ଲୁଟରେ କେବଳ ପ୍ରଶାସନିକ ଅଧିକାରୀ ନୁହନ୍ତି ସ୍ଥାନୀୟ କିଛି କୁଜିନେତା ,ଅସାମାଜିକ ତତ୍ୱ ହାତ ମିଳାଇଥିବାର ଅଭିଯୋଗ ହୋଇଛି । ଏହି ମିଳିତ ଗୋଷ୍ଠି ଭିନ୍ନ ଭିନ୍ନ ପ୍ରାକାର ପ୍ରାୟାସ କରି ସରକାରୀ ଅଧିକାରୀ ମାନଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେବା ସହ ନିରିହ ଜନସାଧାରଣଙ୍କୁ ଧମକ ଚମକ ଦେଇ ପହାଡଲୁଟକୁ ଅନାୟାସରେ ଚଳାଇ ପାରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଚାଲିଥିବା ଏହି ଲୁଟରେ ମଝିରେ ମଝିରେ ସ୍ଥାନୀୟ ପୋଲିସ କାଁ ଭାଁ ଚଢାଉ କରି ହାତ ଗଣତି କେତେକ ଗାଡି ଜବତ କରିଛି ଯାହା ମାଫିଆ ମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଯଥେଷ୍ଟ ନୁହେଁ । ସେହିପରି ମାଣ୍ଡୁକା ପାହଡର ବିଭିନ୍ନ ସ୍ଥାନରୁ ମାଫିଆ ମାନେ ସେମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଯେଉଁଠି ନାହିଁ ସେଠି ଖନନ ଜାରିରଖିଥିବାର ଅଭିଯୋଗ ହୋଇଛି । ଏହି ପାହଡରେ ରାଜ୍ୟ କାଜୁନିଗମ ଅଧିନରେ ରହିଥିବା କାଜୁବଗିଚା ମଧ୍ୟରୁ ମାଫିଆ ମାନେ ବ୍ୟାପକ ମୋରମ ଖୋଳି ନେଇଛନ୍ତି । ବିଗତ ଏକ ବର୍ଷ ମଧ୍ୟରେ ନିଗମ ପକ୍ଷରୁ କେବଳ ପାଞ୍ଚ ଥର ଚିଠି ଦ୍ୱାରା ପୋଲିସ ଓ ରାଜସ୍ୱ ବିଭାଗକୁ ଅବଗତ କରାଯାଇଛି । ତେବେ ଏବେ ସୁଦ୍ଧା ଏପରି ବେଆଇନ କାର୍ଯ୍ୟ ଚାଲିଥିଲେ ମଧ୍ୟ ନିିଗମ ମଧ୍ୟ ଚୁପ ବସିରହିଛି । ଆହୁରି ମଧ୍ୟ ଚାରିନଙ୍ଗଳ, ଉଦୟଗିରି ,ଧାଉଡିଆପଦା, ଗୋପାଳପୁର ଗ୍ରାମଗୁଡିକ ନିକଟରେ ଥିବା ଏହି ପର୍ବତମାଳାର ବିଭିନ୍ନ ସ୍ଥାନରୁ ଖୋଲା ଖୋଲି ଭାବେ ମୋରମ ବୋଲଡର ଲୁଟ ଚାଲିଛି । ଏହି ସବୁ ଲୁଟରେ ଦୈନିକ ହଜାର ହଜାର ଘନପୁଟର ମୋରମ ଉତ୍ତୋଳନ ହେଉଛି । ଆହୁରି ମଧ୍ୟ ଐତିହ୍ୟ ପରିପୁର୍ଣ୍ଣ ଉଦୟଗିରି ପାହାଡ, ଅଚ୍ୟୁତବସନ୍ତ ଓ ଅସିଆ ଗ୍ରାମର ଜଙ୍ଗଲ କିସମ ଜମିରୁ ବେଧଡକ ଭାବେ ମୋରମ ଚାଲାଣ ହେଉଛି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ରାଜସ୍ୱର ହିସାବ ଅନୁଯାୟୀ ଦୈନିକ ଲୁଟ ହେଉଥିବା ସାମଗ୍ରୀର ରାଜସ୍ୱ ପରିମାଣ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ବାର୍ଷିକ କୋଟି କୋଟି ଟଙ୍କା ଲୁଟ ହୋଇଥିବା ହିସାବରୁ ଜଣାଯାଇଛି । କେବଳ ଏତିକି ନୁହେଁ ଏପରି ବେଆଇନ ଖନନ ଯୋଗୁ ଏହି ପର୍ବତମାଳାରେ ଥିବା ବିରଳ ପ୍ରଜାତିର ବନ୍ୟପ୍ରାଣୀ ମାନ ଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ବେଆଇନ ଖନନ ସମୟରେ ଜଙ୍ଗଲ ହ୍ରାସ ସାଙ୍ଗକୁ ଖନନରେ ବ୍ୟବହୃତ ମେସିନର ଶବ୍ଦରେ ଅନେକ ବନ୍ୟାପ୍ରାଣି ଗ୍ରାମ ଅଭିମୁଖେ ପଳାଇ ଆସୁଥିବା ଲକ୍ଷ କରାଯାଇଛି । ଏପରି ବେଆଇନ ଖନନ ପାଇଁ ଏହି ପର୍ବତମାଳାରେ ବହୁଳ ଭାବେ ଥିବା ଖୁରାଣ୍ଟି, ସମ୍ବର, ଭାଲୁ ଆଦି ଙ୍କ ସଂଖ୍ୟା ଦିନକୁ ଦିନ ଅତି ନଗନ୍ୟ ହେଲାଣି ମାତ୍ର ଏଥିି ପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ । ତେବେ ତୁରନ୍ତ ପ୍ରଶାସନ ଏହି ବେଆଇନ ଖନନରେ ରୋକ ଲଗାଇବା କୁ ସାଧାରଣରେ ଦୃଢ ଦାବି ହୋଇଛି ।

 

REPORTER WANTED BALICHANDRAPUR

Related Posts

About The Author

Add Comment