ଆଜି କାଲି ଏ “କୋଭିଡ ୧୯ “ପାଇଁ ମେଡ଼ିକାଲ ରେ ରୋଗୀ ଙ୍କ ସଂଖ୍ୟା ଅପେକ୍ଷାକୃତ କମ ଅଛି …
ଯାହା ହୋଉ ୧୧ .୩୦ ବେଳ କୁ ପ୍ରାୟତଃ ରୋଗୀ ନଥିଲେ ..ଗୋଟେ ଗୋଟେ ରୋଗୀ ଆସୁଥାନ୍ତି …ଟିକେ ବିଶ୍ରାମ ନେବି ଭାବି ମୋ ଟେବୁଲ ଉପରେ ଥିବା ପତ୍ରିକା ଟିଏ ପଢ଼ୁ ଥାଏ ..ହଟାତ ମୋବାଇଲ ରେ ବାଜି ଉଠିଲା ବହୁତ ଦିନରୁ ପରିବର୍ତ୍ତନ ହୋଇନଥିବା ସେହି ପୁରୁଣା RING TONE ଟି …
ଟିକେ ଚମକି ପଡି ଦେଖେତ ବହୁତ ଦିନ ପରେ “ଦାସ ବାବୁ ” ଫୋନ କରିଛନ୍ତି …ସାଧାରଣ କର୍ମଚାରୀ ଜଣେ ହେଲେ ବି ବହୁତ ବ୍ୟସ୍ତ …ଭାରୀ ବିଶ୍ୱାସୀ ଲୋକ ସେ ମୋ ପାଇଁ ..ଜଣେ ବରିଷ୍ଠ ଓ ଚତୁର କର୍ମଚାରୀ ହିସାବରେ ଆମ ଜିଲ୍ଲା ରେ ତାଙ୍କର ନାଁ ଅଛି ..ଯେତେ ବେଳେ ଫୋନ କରନ୍ତି ଅତି କମ ରେ ତ ଗୋଟେ ଘଣ୍ଟା କଥା ହୁଅନ୍ତି ..ତା ଭିତରେ ଘର ,ଛୁଆ ,ପିଲା ଠୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ କଥା ଯାଏ … ବ୍ୟକ୍ତିଗତ ଭାବ ରେ ଆମ ଭିତରେ ସମ୍ପର୍କ ବହୁତ ଘନିଷ୍ଠ ଓ ପୁରୁଣା ମଧ୍ୟ …ଭାବିଲି ଏବେ ତ ରୋଗୀ ନାଁହାନ୍ତି କଥା ହୋଇଯିବା …
:କଥୋପକଥନ:
ମୁଁ :ହଁ ଦାସ ବାବୁ ,ଜୟ ଜଗନ୍ନାଥ ,କଣ ଖବର କୁହନ୍ତୁ ..ବହୁତ ଦିନ ପରେ !!!
ଦାସ ବାବୁ :SIR ନମସ୍କାର ,ଏମିତି ଟିକେ ବ୍ୟସ୍ତ ରହିଯାଇଥିଲି ,କିନ୍ତୁ ଆପଣ ଙ୍କ କଥା ସବୁବେଳେ ପାତ୍ର ବାବୁ ,ପାଣି ବାବୁ ,ସ୍ୱାଇଁ ବାବୁ ଙ୍କୁ ପଚାରି ବୁଝେ ..
ମୁଁ :ଆଚ୍ଛା ..ଆଉ …..
ଦାସ ବାବୁ :SIR,ପାଖରେ କିଏ ନାଁହାନ୍ତି ତ (ଚିରା ଚରିତ ଢଙ୍ଗ ରେ )
ମୁଁ :ନାଁ ନାଁ ,ଯିଏ ବି ଥିଲେ ସମସ୍ତ ଙ୍କୁ ଗୋଡେଇ ଦେଇଛି ଆପଣ ଙ୍କ ସହ କଥା ହେବି ବୋଲି. (ବ୍ୟଙ୍ଗାତ୍ମକ ଶୈଳୀ ରେ )
ଦାସ ବାବୁ :SIR,ଆପଣ ଙ୍କ ବଡ଼ ମୋବଇଲ ଟା ରେ CALL RECORDING ହୋଉନି ତ ??
ମୁଁ :ହା ହା ହା (କିଛି ସମୟ ହସିଲି ) ..ନାଁ ଦାସ ବାବୁ ,ମୋ ମୋବଇଲ ରେ ରେକଡ଼ିଂ ଫେକଡିଙ୍ଗ ନାହିଁ ..ସେସବୁ ସୁବିଧା ବିଷୟରେ ମୁଁ ସମ୍ପୂର୍ଣ ଅଂଜ୍ଞ ..ଭୟ କରନ୍ତୁନି ,କୁହନ୍ତୁ …ବିଶ୍ୱାସ ରଖନ୍ତୁ ..
ଦାସ ବାବୁ :ହୋଉ SIR ..ଖରାପ ଭାବିବେନି ପଚାରିଦେଲି ..ମୁଁ ଜାଣିଛି ଆପଣ ଜଣେ ସଚ୍ଚୋଟ ,ସ୍ପଷ୍ଟବାଦୀ ଆଉ ନିର୍ଭୀକ ମଣିଷ (ଟିକେ ଅଧିକ ପ୍ରଶଂସା କରି )…ସେଥିପାଇଁ ତ ଛୋଟ ରୁ ବଡ଼ ଯାଏ ଆପଣଙ୍କୁ ସମସ୍ତେ ଭଲ ପାଆନ୍ତି …
(ତାପରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା )
ଉପସଂହାର :ଦିନ ଥିଲା ଭାବ ର ଆଦାନ ପ୍ରଦାନ ପାଇଁ CELL PHONE ଠାରୁ ନିରାପଦ ଆଉ କିଛି ନଥିଲା …ସମ୍ପର୍କ କୁ ସୁଦୃଢ଼ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ ଉପଯୋଗୀ ମାଧ୍ୟମ ଥିଲା …
ସେ ଦିନ ପ୍ରାୟ ଶେଷ ହୋଇଯାଇଛି …ଆଜି ଏ ଯନ୍ତ୍ର ଟି ସମ୍ପର୍କ ରେ “ଅବିଶ୍ୱାସ “ପରି ବିଷ ଟିକୁ ପୁରେଇ ଦେଇଛି …
ବହୁତ କିଛି ଏହା ଦ୍ୱାରା ସମ୍ଭବ ହୋଉଥିଲେ ମଧ୍ୟ କିଛି ଚିନ୍ତାଶୀଳ ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ରହିଯାଇଛି ..
ହେଲେ ବି ଏସବୁ ଏହାର ବ୍ୟବହାର କାରି ଙ୍କ ଉପରେ ନିର୍ଭର କରେ ..ଆମକୁ ସଦା ସର୍ବଦା ସଜାଗ ରହି ଟେକ୍ନୋଲୋଜି ର ସୁବିଧା ସୁଯୋଗ କୁ ଉପଭୋଗ କରିବାକୁ ପଡିବ …
(ବି :ଦ୍ର -ବାସ୍ତବିକତା ସହ ଲେଖା ଟିର କୋୖଣସି ସମ୍ପର୍କ ନାହିଁ )
ଡାକ୍ତର ନିହାର ରଞ୍ଜନ କର …ସ୍ୱାସ୍ଥ୍ୟ ଅଧିକାରୀ ,କବାଟବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ,ଯାଜପୁର