ଭୁବନେଶ୍ୱର, ୧୧/୧୦/୨୦୨୦ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ ପ୍ରଭାବୀ ସଂଯୋଜନାର କଳା ବିଷୟରେ ଏକ ତାଲିମ୍ ଶିବିର ଶନିବାର ସଂଧ୍ୟା ୭ଟାରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଜାଇଛି । ଏଥିରେ ସଂସାଧନ ବ୍ୟକ୍ତି ଋପେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ସହାୟକ ପ୍ରଫେସର୍ ଡ. ଦେବୀଲାଲ ମିଶ୍ର ।୫ ଟି ମୁଖ୍ୟ ବିଭବ ଯଥା ବିଷୟଗତ, ବ୍ୟବହାର ଗତ, ଯୋଗାଯୋଗ, ପରିସ୍ଥିତିଗତ, ଜ୍ଞାନକୌଶଳ ଗତ କଳା ସଂଯୋଜକ ଗଣ ଅବଗତ ହେଇ କିଭଳି ପ୍ରଭାବି ଶୈଳୀରେ ଉପସ୍ଥାପନା କରିପାରିବେ ସେହି ବିଷୟରେ ଅବଧାରଣା ଦେଇଥିଲେ । ପ୍ରାରମ୍ଭରେ ବିବେକାନନ୍ଦ ଯୁବ ସଂସଦର ଆବାହକ ଶ୍ରୀ ବିନାୟକ ଘୋଷ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ସାହିତ୍ୟ ଏବଂ ସଂସ୍କୃତି ବିଭାଗର ମୁଖ୍ୟ ଶ୍ରୀ ଗୁପ୍ତେଶ୍ୱର ପଟେଲ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଉତ୍ସାହି ଯୁବପିଢିଗଣ ଯୋଗଦାନ କରି ନିଜ ଜିଜ୍ଞାସା ଗୁଡିକର ସମାଧାନ କରିଥିଲେ । ଶେଷରେ ୱେବିନାର୍ ମୁଖ୍ୟ ସଂଯୋଜକ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଭାବି ସଂଯୋଜନା ର କଳା ବିଷୟକ ତାଲିମ୍ ଶିବିର ଅନୁଷ୍ଠିତ”
|
October 11, 2020 |