ନୂଆଦିଲ୍ଲୀ, ୦୨/୦୫ (ସନ୍ଧାନ ନିଉଜ) : କାରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ କଟକଣା ଯୋଗୁ ଅନ୍ୟ ରାଜ୍ୟରେ ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଓ ଅନ୍ୟମାନେ ଫସି ରହିଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରିବା ଅପେକ୍ଷାରେ ରହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛନ୍ତି। କିନ୍ତୁ ରେଳ ମନ୍ତ୍ରଳୟ ନିଷ୍ପତି ନେଇଛି ସେମାନଙ୍କ ଠାରୁ ଟିକେଟ ପଇସା ନିଆଯିବ। ତେବେ ରାଜ୍ୟ ସରକାର ଚାହିଁଲେ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ତରଫରୁ ଦେୟ ଦେଇପାରିବେ ବୋଲି ରେଳ ମନ୍ତ୍ରାଳୟ କହିଛି।
ପ୍ରବାସୀ ଶ୍ରମିକମାନେ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀଭଡା ଦେଇ ନିଜ ରାଜ୍ୟକୁ ଫେରିବେ
|
May 2, 2020 |