ରାଉରକେଲା, ୦୧/୦୪ (ସନ୍ଧାନ ନିୟୁଜ): ବାହାର ରାଜ୍ୟର କିଛି ଶ୍ରମିକ ଲକଡାଉନ ଯୋଗୁଁ ନିଜ ରାଜ୍ୟକୁ ଯାଇନପାରି ରାଉରକେଲାରେ ଫଶି ରହିଛନ୍ତି । ସେମାନଙ୍କ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଆଶ୍ରୟ ଗୃହ ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ଉଦିତ ନଗର ଠାରେ ଥିବା ଅନ୍ୱେଷା ଛାତ୍ରାବାସକୁ ସ୍ୱତନ୍ତ୍ର ଆଶ୍ରୟ ଗୃହରେ ପରିଣତ କରାଯାଇଛି । 150 ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର ଆଶ୍ରୟ ଗୃହରେ ରହିବା, ଖାଇବା ସହିତ ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମହାନଗର ନିଗମ ପକ୍ଷରୁ କରାଯାଇଛି। ଯଦି କେହି ବାହାର ରାଜ୍ୟର ଶ୍ରମିକ ରାଉରକେଲାରେ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହେଲେ ସେମାନେ ଏଠାକୁ ଆସି ରହିପାରିବେ ବୋଲି ମହାନଗର ନିଗମର କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
ପ୍ରବାସୀ ଶ୍ରମିକଙ୍କ ପାଇଁ ରାଉରକେଲାରେ ସ୍ୱତନ୍ତ୍ର ଆଶ୍ରୟ ଗୃହ
|
April 1, 2020 |