ପ୍ରବାସୀ ଶ୍ରମିକଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ, ୧୫ ଦିନରେ ଘରକୁ ପଠାନ୍ତୁ ରାଜ୍ୟ ସରକାର

Spread the love

ନୂଆଦିଲ୍ଲୀ ୦୮/୦୬ (ସନ୍ଧାନ ନିଉଜ) ଲକଡାଉନ୍ ପଡିଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ପଠାଯିବାପାଇଁ ଆଦେଶ ଦେଇଛନ୍ତି କୋର୍ଟ।

ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅଧୀନରେ କେତେକ ପ୍ରବାସୀ ଶ୍ରମିକ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି ସେହି ମାମଲା ଗୁଡ଼ିକୁ ତୁରନ୍ତ ଫେରାଇ ନିଆଯାଉ।

ଏହା ବ୍ୟତୀତ ପ୍ରବାସୀ ଶ୍ରମିକମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଚିହ୍ନଟ କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ କହିଛନ୍ତି। ସ୍କିଲ୍ ମ୍ୟାପିଙ୍ଗ୍ ଦ୍ୱାରା ରୋଜଗାର ପ୍ରସଙ୍ଗରେ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇଦେବାକୁ କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟଯେ, ମାର୍ଚ୍ଚ ମାସରୁ କେନ୍ଦ୍ର ସରକାର କରୋନା ଭୂତାଣୁକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍‌ ପକରିଥିଲେ ଯାହାକି ୩୦ ଜୁନ୍ କୁ ବୃଦ୍ଧି କରାଯାଇଛି। ଏହା ସହିତ ଜୁନ୍ ୧ ରୁ ଅନଲକ୍ -୧ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଚାକିରୀ ଅଭାବରୁ ଲକ୍ଷ ଲକ୍ଷ ଶ୍ରମିକ ଫସି ରହିଥିଲେ। ଏହା ପରେ ଅନେକ ଶ୍ରମିକ ପାଦରେ ନିଜ ଘରକୁ ଫେରିବା ଆରମ୍ଭ କରିଦେଇଥିଲେ। ଏପରିକି କେତେକଙ୍କର ମଧ୍ୟ ରାସ୍ତାରେ ମୃତ୍ୟୁ ହୋଇଥିଲା।

ପ୍ରକାଶଯୋଗ୍ୟଯେ, ପରେ ମେ ୧ ତାରିଖରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲେ। ରେଳବାଇ ଦାବି କରିଛି ଯେ ଏପର୍ଯ୍ୟନ୍ତ ଏହି ଟ୍ରେନ୍ ମାଧ୍ୟମରେ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଯାଇଛି।

Related Posts

About The Author

Add Comment