ପ୍ରବାସୀ ମହିଳାଙ୍କୁ ଦୁଷ୍କର୍ମ

Spread the love

ବାରିପଦା , ୨୯/୦୬ (ସନ୍ଧାନ ନିଉଜ)- ଆନ୍ଦ୍ରପ୍ରଦେଶରୁ ଫେରିଥିବା ଜଣେ ପ୍ରବାସୀ ମହିଳାଙ୍କୁ ଗାଁ ବ୍ଲକ୍ ଘରେ ଦୁଷ୍କର୍ମ କରାଯାଇଥିବା ଯଶିପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ୍ କେସ୍ ନଂ ୯୧/୨୦ ମାମଲା ରୁଜୁ କରି ଯୁବକଙ୍କୁ ଉଠାଇଆଣିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ଅଭିଯୋଗ ଅନୁଯାୟୀ ଯଶିପୁର ଥାନା ଅଞ୍ଚଳର ୩୨ ବର୍ଷୟା ମହିଳା ଜଣଙ୍କ ଆନ୍ଦ୍ରପ୍ରଦେଶରେ କାମ କରୁଥିଲେ । ସେଠାରୁ ଫେରି ୧୬ ତାରିଖ ସନ୍ଧ୍ୟାରେ ଗାଁରେ ପହଞ୍ଚିଥିଲେ । ତେବେ କୌଣସି କାରଣରୁ ଗ୍ରାମ ସ୍କୁଲ୍‌ରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ରରେ ନ ରହି ଗ୍ରାମ ବ୍ଲକ୍ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲା । କଥା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ମହିଳା ଜଣଙ୍କ ଏ ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ସେ ଥାନାକୁ ନଜଣାଇ ଗାଁ ଲୋକଙ୍କୁ ଡାକି ବୌଠକ କରିଥିଲେ । ତେବେ ଘଟଣାର ସମାଧାନ ହୋଇପାରିନଥିଲା । ଗଲା କାଲି ମହିଳାଙ୍କର ସରକାରୀ ସଙ୍ଗରୋଧ ଅବଧି ସରିଥିଲା , ତାଙ୍କ ସ୍ୱାର୍ବ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଥାନାକୁ ଆସି ଘଟଣା ସମ୍ପର୍କର ଅଭିଯୋଗ କରିଥିଲା । ନିକଟରେ ତା ୧୭/୦୬/୨୦୨୦ ର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଗୁଟୁକା ବାଦି କ୍ୱରେନଟାଇନ୍ ରେ ଜଣେ ଯୁବତୀଙ୍କ ଅଗଚୋରରେ ଆପତ୍ତିିିିି ଜନକ ଫୋଟ ଊତ୍ତୋଳନ କରି ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ କେସ୍ ନଂ ୭୨/୨୦ ରୁଜୁ କରି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଇଭଳି ଭାବେ ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ କରୁଛି କଣ ନଁ ଜାଣିଶୁଣି ଚେଇଁ ଶୋଉଛି ବୋଲି ଜନସାଧାରଣ ଙ୍କ ଭିତରେ ଆଲୋଚନା ଚାଲିଲାଣି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment