ପ୍ରବଳ ବୃଷ୍ଟିପାତ ଯୋଗୁଁ ଧସିଲା ମୁଖ୍ୟ ରାସ୍ତା

Spread the love

ସୁନ୍ଦରଗଡ଼ ତା୨୨-0୮-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଗତ ରାତି ରେ ପ୍ରବଳ ବୃଷ୍ଟିପାତ ହେବା ଯୋଗୁଁ ହେମଗିରି ବ୍ଲକ ସରବାହାଲ ମୁଖ୍ୟ ରାସ୍ତା ଟି ଧସି ଯାଇଥିବା ଦେଖିବାକୁ ମିଳିଛି l ଜନ ସାଧାରଣ ଙ୍କ କହିବା ଅନୁଯାଇ ରାସ୍ତା ର କିଛି ଦୂର ରେ ଏକ କେନାଲ ଯାଇଥିବା ବେଳେ ପ୍ରବଳ ବର୍ଷା ପାଣିରେ କେନାଲ ରେ ପାଣି ଉଛୁଳି ଯାଇ ପାଖରେ ଥିବା ରାସ୍ତା ଆଡକୁ ପାଣି ମୁହାଁଇ ଶେଷ ରେ ମୁଖ୍ୟ ରାସ୍ତା କୁ ଧସେଇ ଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ରାସ୍ତା ଟି ଧସି ଯିବା ଯୋଗୁଁ ଜନ ସାଧାରଣ ଙ୍କ ଚଲା ଚଳ ଠପ ହେବା ସାଙ୍ଗେ ଚାଷ କରିଥିବା ଜମି ରେ ଧସିଲା ବାଲି ମାଟି ଯାଇ ପାଟି ଜମିକୁ କ୍ଷତି କରିଦେଇଥିବା ଜନ ସାଧାରଣ ପ୍ରକାଶ ରୁ ଜଣା ପଡିଛି l ଅତି ଶୀଘ୍ର ଉକ୍ତ ରାସ୍ତା କୁ ମରାମତି କରିବା ପାଇଁ ପ୍ରଶାସନ କୁ ଦାବି ଜଣାଇଛନ୍ତି ସେଠାକାର ଜନ ସାଧାରଣ

Related Posts

About The Author

Add Comment